ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ; ୯ଗିରଫ

0
386

ବ୍ରହ୍ମପୁର(ପ୍ରଣୟ ପଣ୍ଡା):ଅବକାରୀ ବିଭଗ ଇନ୍ସପେକ୍ଟର ଅକାଳ ସୁନାଙ୍କ ସୂଚନା ଅନୁସାରେ ପୁରୁଷୋତ୍ତମପୁରରୁ ବହୁପରିମାଣର ଦେଶୀ ଓ ବିଦେଶ ମଦ ଜବତ କରାଯାଇଛି। ସୂଚନା ମୁତାବକ ମଙ୍ଗଳବାର ଦିନ ଅବକାରୀ ବିଭାଗ ପ୍ରତାପପୁର,ସିକୁଳ,ଆଚୁଲି ଛକ ଓ କେଏନପୁରର କିଛି ଲୋକ ମଦ ନେଇ ଯାଉଥିବା ଜାଣି ଚଢ଼ାଉ କରି ସେମାନଙ୍କଠାରୁ ୨୩୪ ଲିଟର ଦେଶୀ ଓ ୧୭ ଲିଟର ବିଦେଶୀ ମଦ ଜବତ କରିଥିଲେ । ୯ଜଣ ମଦ ବ୍ୟବସାୟୀଙ୍କୁ ଗିରଫ କରିବା ସହ ୩ଟି ମଟର ସାଇକେଲ ମଧ୍ୟ ଜବତ କରିଥିବା ସୂଚନା ଦେଇଛନ୍ତି।ଏହି ଚଢ଼ାଉରେ ଅବକାରୀ ବିଭାଗର କର୍ମଚାରୀ ମାନଙ୍କ ମଧ୍ୟରେ ଦୁର୍ଯ୍ୟୋଧନ ଦିଗାଁଲ,କୁମୁଦ ନାୟକଙ୍କ ସହିତ ଅନ୍ୟ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here