ବ୍ରହ୍ମପୁର ଏମକେସିଜି ମେଡିକାଲରୁ ଟ୍ରଲିରେ ବୁହାହେଲା ମୃତଦେହ

0
572

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା / ପ୍ରଣୟ ପଣ୍ଡା) : ଆଜି ଏମକେସିଜି ମେଡିକାଲ ପରିସରରେ ମହାପ୍ରୟାଣ ଗାଡି ନ ମିଳିବାରୁ ଜଣେ ଅସହାୟ ବୃଦ୍ଧାଙ୍କ ମୃତଦେହକୁ ଟ୍ରଲିରେ ନିଆଯାଇଛି। ସୂଚନା ଅନୁସାରେ,ମୃତ ବୃଦ୍ଧା ଜଣକ ବ୍ରହ୍ମପୁର କମାପଲି ମାଛ ବଜାର ପାଖରେ ଯାଯାବର ଭାବେ ରହୁଥିବା ସନ୍ତୋଷିନୀ ସିଂଙ୍କ ମା’ ଚନ୍ଦ୍ରମା(୭୦) ବୋଲି ଜଣାପଡିଛି । ବୃଦ୍ଧାଙ୍କ ଦେହ ଖରାପ ଥିବାରୁ ତାଙ୍କୁ ସୋମବାର ଏମକେସିଜିରେ ଭର୍ତ୍ତି କରାଯାଇଥିଲ ଏବଂ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ମୃତଦେହକୁ ସନ୍ତୋଷିନୀ ନିଜେ ରହୁଥିବା ସ୍ଥାନକୁ ନେବାକୁ ମହାପ୍ରୟାଣ ଗାଡି କିମ୍ବା ଆମ୍ବୁଲାନ୍ସ ମିଳି ନ ଥିଲା। ଶେଷରେ ବାଧ୍ୟ ହୋଇ ସନ୍ତୋଷିନୀ ଓ ତାଙ୍କ ଭାଇ ତ୍ରିନାଥ ଏକ ଟ୍ରଲି ଭଡା କରି ସେଥିରେ ମା’ଙ୍କ ମୃତଦେହକୁ ନେଇ ସତ୍କାର କରିବାକୁ ଯାଇଥିଲେ।

LEAVE A REPLY

Please enter your comment!
Please enter your name here