ନିମଖଣ୍ଡି ହତ୍ୟାକାଣ୍ଡ ଘଟଣାରେ ୩ ଯୁବକଙ୍କୁ କୋର୍ଟ ଚାଲାଣ:ଖଣ୍ଡା, ବାଇକ ଜବତ

0
250

ବ୍ରହ୍ମପୁର:ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ଛକ ନିକଟରେ ଗତ ୧୪ ତାରିଖ ସନ୍ଧ୍ୟାରେ ଗୋପାଳ ସାହୁ(୨୭)ନାମକ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ନିର୍ମମ ଭାବେ ହତ୍ୟା କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ହତ୍ୟାକାରୀ।ତେବେ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ତେବେ ଘଟଣା ପ୍ରକାରେ ଜାଣିବାକୁ ମିଳିଛି ଯେ,ଗତ ୧୪ ତାରିଖ ସନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟରେ ନିମଖଣ୍ଡି ଗ୍ରାମର ବ୍ରାହ୍ମଣ ସାହିର ସ୍ବର୍ଗତ ଦୁର୍ଯ୍ୟୋଧନ ସାହୁଙ୍କ ପୁଅ ଗୋପାଳ ସାହୁ ନିମଖଣ୍ଡି ଛକ ନିକଟରେ ଥିବା କୃଷ୍ଣ ଚନ୍ଦ୍ର ସାହୁ(ଟୁବି)ଙ୍କ ଫାଷ୍ଟଫୁଡ୍ ଦୋକାନ ନିକଟରେ ଛିଡ଼ା ହୋଇଥିବା ବେଳେ ଜଗନ୍ନାଥ ବାରିକ ନାମକ ଜଣେ ଯୁବକ ଆସି ଗୋପାଳକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା।ଏହାକୁ ସହ୍ୟ କରି ନପାରି ଗୋପାଳ ରାଗରେ ଜଗନ୍ନାଥ ଉପରେ ଗରମ ତେଲ ଫୋପାଡ଼ି ଦେଇଥିଲା।ଏହି ଘଟଣା ପରେ ନିମଖଣ୍ଡି ଗ୍ରାମର ଯୁବରାଜ ନାୟକ(ବୁଢା)(୩୦),ମହେଶ୍ବର ପାତ୍ର(ଜଗା)(୨୪),ଟୁନା ନାୟକ(୨୨) ଫାଷ୍ଟ ଫୁଡ୍ ଦୋକାନ ନିକଟରେ ପହଞ୍ଚି ଗୋପାଳ କୁ ବିଚ୍ ରାସ୍ତାରେ ନିର୍ମମ ଭାବେ ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଲେ।ଏହି ଘଟଣା ସମ୍ପର୍କରେ ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୋପାଳକୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ।କିନ୍ତୁ ଉପସ୍ଥିତ ଥିବା ଡାକ୍ତର ଗୋପାଳକୁ ମୃତ୍ୟୁ ଘୋଷଣା କରିଥିଲେ।ତେବେ ଏହି ଘଟଣାରେ ଫେରାର ଥିବା ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗିରଫ କରିବାରେ ସଫଳ ହୋଇଥିବା ବେଳେ ସେମାନଙ୍କ ନିକଟରୁ(OD-07-AC-1690)ନମ୍ବର ବିଶିଷ୍ଟ ଏକ ପଲସର୍ ବାଇକ୍ ଓ ଏକ ଲୁହା ଖଣ୍ଡା ଜବତ କରିଛି।ତେବେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଥାନା କେସ ନମ୍ବର 272/21 ରେ ଏକ ମାମଲା ରୁଜୁ କରି U/S-302/34 IPC ଧାରା ଅନୁସାରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏଏସପି ପ୍ରଭାତ ରାଉତରାୟ।
ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here