ମଦ ବିକ୍ରିକୁ ବିରୋଧ କରି ଦୁଇ ଗୋଷ୍ଟି ମଧ୍ୟରେ ସଂଘର୍ଷ ;ଜଣେ ମୃତ

0
592

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ)ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମରେ ଗୋଷ୍ଠୀ ସଂଘର୍ଷ । ଦେଶୀ ମଦ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା । ଗୋଷ୍ଠୀ ସଂଘର୍ଷ ରେ ଦୁଇ ଗୋଷ୍ଠୀ ର ଛଅ ଜଣ ଆହତ ହୋଇଥିବା ବେଳେ ଜଣେ ମୃତ । ମୃତକ ଜଣକ ହେଲେ ପିଙ୍କୁ ଦାସ । ଆହତ ମାନଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ସେଠାରେ ଆହତ ମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ କୁ ପଠାଇ ଯାଇଥିବା ସୂଚନା ମିଳିଛି । ଖବର ପାଇ ଛତ୍ରପୁର ଏସଡିପିଓ ଗୌତମ କିଷାନ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ରମ୍ଭା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି । ପରିସ୍ଥିତି କୁ ଆଖି ଆଗରେ ରଖି ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଏହି ଘଟଣା ପରେ ପଥରା ମଝିସାହି ଗ୍ରାମର ୧୫ରୁ ଉର୍ଦ୍ଧ ମହିଳା ମାନେ ମିଶି ମଧ୍ଯ ରାତ୍ରରେ ଭେଜିପୁଟ ଫାଣ୍ତି ସମ୍ମୁଖରେ ଥିବା ଜାତୀୟ ରାଜପଥ ବହୁ ସମୟ ପର୍ଯ୍ୟନ୍ତ ଅବରୋଧ କରିଥିଲେ । ଏବେବି ଗ୍ରାମରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଛି। ଏପଟେ ଆହାତଙ୍କ ମଧ୍ଯରୁ ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ଋହିଛି।

LEAVE A REPLY

Please enter your comment!
Please enter your name here