ଗଞ୍ଜାମ ହାଟର ନିଲାମ ପ୍ରକ୍ରିୟା ଫେବୃଆରୀ ୧୮ରୁ ଆରମ୍ଭ

0
634

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ବ୍ରହ୍ମପୁର ବି.ଡ଼ି.ଏ ବ୍ୟବସାୟୀଙ୍କ ଥଇଥାନ ପାଇଁ ଗଞ୍ଜାମ ହାଟର ପରିକଳ୍ପନା କରିଥିଲେ | ତିନି ମହଲା କୋଠା ବିଶିଷ୍ଟ ଗଞ୍ଜାମ ହାଟରେ ୧୧୭ଟି ଦୋକାନ ଘର ରହିଛି | ଏହି ଦୋକାନ ଘର ଗୁଡିକର ନିଲାମୀ ପ୍ରକ୍ରିୟା ଜରିଆରେ ବ୍ୟବସାୟୀଙ୍କୁ ଉପଲବ୍ଧ କରାଯିବ ବୋଲି ଗତକାଲି ବି.ଡ଼ି.ଏ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି | ଏହି ଗଞ୍ଜାମ ହାଟରେ ରହିଥିବା ଦୋକାନ ଘରର ନିଲାମୀ ପ୍ରକ୍ରିୟା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବ | ଉପାଧ୍ୟକ୍ଷ ଚକ୍ରବର୍ତ୍ତୀ ସିଂ ରାଠୋଡ଼ଙ୍କ ସୂଚନା ଅନୁଯାୟୀ ୧୮ତାରିଖରୁ ବି.ଡ଼ି.ଏ କାର୍ଯ୍ୟାଳୟ ଏବଂ ବିଭାଗୀୟ ୱେବ ସାଇଟରେ ମଧ୍ୟ ଫର୍ମ ମିଳିବ | ଏହା ସହ ସହରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରି ୫ଟି ମହତ୍ଵପୁର୍ଣ ତତ୍ୱ ଦିଆଯାଇଛି | ସେଗୁଡିକ ହେଲା ସାମ୍ଭାବ୍ୟ ପରୀକ୍ଷାକୁ ଦୃଷ୍ଟିରେ ରଖି ପୋଗୋ ଫେଷ୍ଟିଭାଲ ଫେବୃଆରୀ ୨୮-୨୯ ବଦଳରେ ମାର୍ଚ୍ଚ ୨୮-୨୯ ତାରିଖରେ କରାଯିବା ସ୍ଥିର କରାଯାଇଛି | ସହରକୁ ବନ୍ୟା ସ୍ଥିତିରୁ ବଞ୍ଚାଇବା ପାଇଁ ବର୍ଷା ଜଳ ଗଛିତ କରିବା ଓ ଭୂତଳ ଜଳ ସ୍ଥର ବଢ଼ାଇବା ପାଇଁ ୧୫୦୦ ଘର ମାଲିକଙ୍କୁ ନୋଟିସ ଦିଆଯାଇଛି | ଆଗାମୀ ତିନି ମାସ ମଧ୍ୟରେ ନିଜ ନିଜର ଘର ଛାତ ଉପରେ ବର୍ଷା ଜଳ ଗଛିତ ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି | ସର୍ବକ୍ଷମା ଯୋଜନା ଅବଧି ୨୦ ଫେବୃଆରୀ ପର୍ଯ୍ୟନ୍ତ ବଢ଼ାଯାଇଛି | ଏଥିରୁ ବଞ୍ଚିତ ସଂସ୍ଥା ବି.ଡ଼ି.ଏ କାର୍ଯ୍ୟାଳୟରୁ ଅନୁମୋଦନ ପାଇଁ ଯୋଗାଯୋଗ କରିବାକୁ କୁହାଯାଇଛି | ବି.ଡ଼ି.ଏ କର୍ତ୍ତୃପକ୍ଷ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏକ ଶାଖା ବି.ଡ଼ି.ଏ କୋଠାରେ ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି | ଆମ୍ଭପୁଆ ଠାରେ ନିର୍ମିତ ହେଉଥିବା ରକ ଗାର୍ଡେନ କାର୍ଯ୍ୟକୁ ଆସନ୍ତା ଅକ୍ଟୋବର ୨ ତାରିଖ ସୁଧା ସମାପ୍ତ କରିବାକୁ ନିଷ୍ପତି ନିଆଯାଇଛି | ଏହି ବୈଠକରେ ସାସଂଦ,ବ୍ରହ୍ମପୁର ବିଧାୟକ ,ଗୋପାଳପୁର ବିଧାୟକ , ବି.ଡ଼ି.ଏ ସଚିବ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here