ଗୋପାଳପୁର ବେଳାଭୂମି ମହୋତ୍ସବ ଉଦଘାଟିତ।

0
892

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ଗୋପାଳପୁର ବେଳାଭୂମି ମହୋତ୍ସବକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଗୋପାଳପୁର ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ଏହି ମହୋତ୍ସବ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ଦିନ ବ୍ୟାପି ଚାଲିବ। ଏହି ଅବସରରେ ମାନ୍ୟବର ବିଧାନସଭା ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର, ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ରାଜ୍ୟ ଵିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଗଞ୍ଜାମ ଜିଲ୍ଲାର ସମସ୍ତ ସାଂସଦ, ବିଧାୟକ ଓ ବିଧାୟିକା ଉପସ୍ଥିତ ଥିଲେ। ମହୋତ୍ସବର ପ୍ରଥମ ରଜନୀରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ସୋନୁ ନିଗମ। ଶୀତୁଆ ରାତିରେ ବେଳାଭୂମିରେ ସୋନୁ ନିଗମଙ୍କ ସଙ୍ଗୀତର ତାଳେ ତାଳେ ଝୁମି ଉଠିଥିଲେ ଲକ୍ଷାଧିକ ଦର୍ଶକ। ଏଥିରେ ହର୍ବଲ ମେଳା, ପଲ୍ଲୀଶ୍ରୀ ମେଳା, ମିନାବଜାର, ଚଟପଟି ଖାଦ୍ୟର ପସରା ସବୁର ଆନନ୍ଦ ନେଉଛନ୍ତି ଦର୍ଶକ। ଦିନ ଗଡ଼ିବା ସହିତ ଆଗକୁ ଆଗକୁ ଏହି ମହୋତ୍ସବ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାରେ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here