ମା ବୁଢ଼ୀଘର ଠାକୁରାଣୀ ପୀଠରେ ଗଞ୍ଜାମ ଜିଲା ପ୍ଲମ୍ବର ଆସୋସିଏସନର ବାର୍ଷିକ ବୈଠକ ଅନୁଷ୍ଠିତ

0
544

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ବ୍ରହ୍ମପୁର କୁକୁଡାଖଣ୍ଡି ମଧ୍ୟସ୍ଥ ମା ବୁଢ଼ୀଘର ଠାକୁରାଣୀ ପୀଠରେ ଗଞ୍ଜାମ ଜିଲା ପ୍ଲମ୍ବର ପ୍ଲୁମ୍ବର ଆସୋସିଏସନର ଏକ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ସଂଘ ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାବତ ସଭାପତିତ୍ୱ କରିଥିଲେ | ବିଭିନ୍ନ ବିଷୟ ରେ ଆଲୋଚନା କରିସାରିଲା ପରେ ସଂଘର ନିୟମ ପ୍ରକାରେ ସଂଘର ପୁରାତନ କମିଟି ଭଙ୍ଗା ଯାଇଥିଲା ଓ ନୂତନ କମିଟି ଗଠନ କରିବା ପାଇଁ ସଂଗଠନର ସଦସ୍ୟ ଶ୍ରୀଯୁକ୍ତ ରାମକୃଷ୍ଣ ଗୌଡ଼ଙ୍କୁ କାମଚଳା ସଭାପତି ରୂପେ ଚୟନ କରାଯାଇଥିଲା | ତାଙ୍କର ସଭାପତିତ୍ୱରେ ନୂତନ କମିଟି ପଦ ପଦବୀ ଚୟନ କରାଯାଇଥିଲା | ଚୟନ କାର୍ଯ୍ୟକର୍ତା ବୃନ୍ଦ ହେଲେ ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାବତ,କାର୍ଯ୍ୟକାରୀ ସଭାପତି ଶ୍ରୀ ବିକ୍ରମ ସାହୁ ,ଉପସଭାପତି ଶ୍ରୀ ସୁବାସ ଦାସ ସମ୍ପାଦକ ଲକ୍ଷ୍ମୀ ନାରାୟଣ ପ୍ରଧାନ ,ସହ ସମ୍ପାଦକ ଟୁକୁଣା ଗୌଡ଼ ,କୋଷାଧକ୍ଷ ଏ କୃଷ୍ଣ ମୂର୍ତି ସର୍ବୋପରି ସଙ୍ଘଟନର ଆଇନ ପରାମର୍ଶ ଦାତା ରୂପେ ଓକିଲ ପ୍ରମଦ କୁମାର ସାହୁଙ୍କୁ ସର୍ବସମତି କ୍ରମେ ଚୟନିତ କରାଗଲା | ଶେଷରେ ସଂଘର ନବ ନିର୍ବାଚିତ ସମ୍ପାଦକ ଶ୍ରୀ ଲକ୍ଷ୍ମୀ ନାରାୟଣ ପ୍ରଧାନ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ |

LEAVE A REPLY

Please enter your comment!
Please enter your name here