କରଚୁଲି ଓ କରସିଙ୍ଗିରେ ବିଜେଡିର କରୋନା ସଚେତନତା ଅଭିଯାନ

0
320

ବୁଗୁଡା (ଅନିଲ କୁମାର ମହାରଣା) ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବ୍ଲକର କରଚୁଲି ଓ କରସିଙ୍ଗି ଗ୍ରାମ ପଞ୍ଚାୟତ ଦ୍ୱୟରେ ଅକ୍ଟୋବର ୧୨ ତାରିଖ ଦିନ କରୋନା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା।
ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା ଓ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତିଙ୍କ ନେତୃତ୍ୱରେ କରୋନା ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ କରଚୁଲି ପାଞ୍ଚାୟତ ସରପଞ୍ଚ ଧୋବା ପ୍ରଧାନ ଓ କରସିଙ୍ଗି ପାଞ୍ଚାୟତ ସରପଞ୍ଚ ପୁଷ୍ପାଞ୍ଜଳି ସେଠୀଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସମର୍ଥକ ଅଂଶ ଗ୍ରହଣ କରିଥିଲେ। ଲୋକଙ୍କୁ ମାସ୍କ ବାଣ୍ଟିବା ସହ ମାସ୍କ ପିନ୍ଧିବା ପ୍ରଣାଳୀ ବୁହାଇବା ସହ ବାରମ୍ବାର ସାବୁନରେ ହାତ ଧୋଇବା ପାଇଁ ଓ ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here