୧୯୯୮ ମସିହା ମାଟ୍ରିକ ବ୍ୟାଚ ର ବଂଧୁମିଳନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ।

0
718

ଯାଜପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ବରୀ ବ୍ଲକ ଅନ୍ତର୍ଗତ କିମ୍ବିରିଆପାଳ ପଂଚାୟତ ଅଧୀନ ଭଳିନୂଆଗାଁ , ନବଭାରତୀ ବିଦ୍ୟାଭବନରେ ୧୯୯୮ ମସିହା ମାଟ୍ରିକ ବ୍ୟାଚ ର ବଂଧୁମିଳନ ଉତ୍ସବ ଆଜି ବ୍ୟାଚର ଅଧିକାଂଶ ସଦସ୍ୟଙ୍କ ଦ୍ବାରା ମହାସମାରୋହରେ ପାଳିତ ହୋଇଯାଇଛି । ରାଜ୍ୟ ବାହାରେ ଥିବା ବଂଧୁ ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଯଦିଓ ମିଳନ କାର୍ଯ୍ୟକ୍ରମ ରେ ଯୋଗ ଦେଇପାରିନାହାନ୍ତି ହେଲେ ସେମାନଙ୍କ ସହଯୋଗ ମିଳିବା ସହ ଆୟୋଜନ କରିଥିବା ସେମାନଙ୍କ ପିଲା ଦିନର ବଂଧୁ ମାନକୁଂ ଫୋନ ଯୋଗେ ଶୁଭେଚ୍ଛା ସହ ଧନ୍ୟବାଦ ଜଣାଇଥିବା ସୁଚନା ମିଳିଛି ।
ସେମାନଙ୍କ ସମୟର ସମସ୍ତ ଶିକ୍ଷକ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପିଲାମାନଙ୍କ ଏଭଳି ପ୍ରୟାସ ଯୋଗୁଁ ଆଜି ବଂଧୁତାର ସଂପର୍କ ଅତୁଟ ରହିଥିବା ,ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଗଂଗାଧର ରାଉତ, ଗୟାଧର ଷଡଙ୍ଗୀ, କୈଳାସ ସାହୁ ,ମନୋଜ କୁମାର ସାହୁ,ଶିକ୍ଷୟତ୍ରୀ ଅର୍ଣପୂର୍ଣା ସାହୁ , ତପନ ସାହୁ, ଦୁଃଖୀଶ୍ୟାମ ସାହୁ ପ୍ରମୁଖ ମତ ଦେଇଥିଲେ ।
ଆଜିର ଯୁଗରେ ଛାତ୍ରଛାତ୍ରୀ କଂ ଏଭଳି ପ୍ରୟାସ ଯୋଗୁଁ ବଂଧୁତ୍ୱ ଅତୁଟ ରହିଥିବା ଶିକ୍ଷକମାନେ ମତ ଦେଇଥିଲେ ।
ଏହି ବିଦ୍ୟାଳୟ ର ପ୍ରିୟ ଶିକ୍ଷକ ଲମ୍ବୋଦର ମିଶ୍ର, ଶରତ ସାହୁ କଂ ବିୟୋଗ, ଓ ସହପାଠୀ ସତ୍ୟରଂଜନ ସାହୁ କଂ ସହ ଅନ୍ୟ ଦୁଇ ସହପାଠୀ କଂ ନିମନ୍ତେ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା ।
ପରିଶେଷରେ ମିଳନରେ ସାମିଲ୍ ହୋଇଥିବା ଛାତ୍ରଛାତ୍ରୀ ମାନେ ଏହି ବିଦ୍ୟାଳୟ ସଂପର୍କରେ ସେମାନଙ୍କ ମତ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here