ନାଇକାଣିପଲ୍ଲୀ ଠାରେ ଭିନ୍ନ ତରିକାରେ ସହିଦ ଦିବସ ପାଳିତ l

0
694

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା /ଭଞ୍ଜ କିଶୋର ମହାରଣା ) : ପୁଲୱାମା ଆକ୍ରମଣର ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଇଁ ଜୀବନ ଦେଇଥିବା ୪୦ ସହିଦ ଯବାନଙ୍କୁ ସମଗ୍ର ଦେଶ ମନେ ପକାଉଥିବା ବେଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣିପଲ୍ଲୀ ଠାରେ ଭିନ୍ନ ତରିକାରେ ପାଳନ ହୋଇଛି ସହିଦ ଦିବସ l ସରପଞ୍ଚଙ୍କ ନେତୃତ୍ୱରେ ଗ୍ରାମର ଛୋଟରୁ ବଡ ଯାଏଁ ସମସ୍ତେ ଏଥିରେ ସାମିଲ ହୋଇଥିଲେ l ଶୁକ୍ରବାର ସନ୍ଧ୍ୟାରେ ସହିଦଙ୍କ ସ୍ମୃତିରେ ମହମବତୀ ଜାଳି ଦେଶ ଉଦେଶ୍ୟରେ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ l ଭାରତ ମାତାକି ଜୟ, ଜୟହିନ୍ଦ ନାରା ଯୋଗୁଁ ଗ୍ରାମରେ ଏକ ରୋମାଞ୍ଚକର ପରିବେଶ ସୃଷ୍ଟି ହୋଇଥିଲା l ଗ୍ରାମର ସମସ୍ତେ ସହିଦଙ୍କୁ ହୃଦୟର ସହ ସମ୍ନାନ ଜଣାଇଥିଲେ l

LEAVE A REPLY

Please enter your comment!
Please enter your name here