କୋଦଳା ଏନ୍.ଏ.ସି ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁଣି ଦେଖାଦେବ ଡାକ୍ତର ସମସ୍ୟା ।

0
656

କୋଦଳା (ନ୍ୟୁଜଏକ୍ସଟ୍ରା ବ୍ୟୁର) ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁଣି ଦେଖାଦେବ ଡାକ୍ତର ସମସ୍ୟା । ଦୈନଦିନ ଏହି ସ୍ୱାସ୍ଥ୍ୟ କେନ୍ଦ୍ର କୁ ସତାଧିକ ରୋଗୀ ଆସନ୍ତି ଚିକିତ୍ସା ନିମନ୍ତେ । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋଟ ୪ ଜଣ ଡାକ୍ତର ଥିବା ବେଳେ ବର୍ତ୍ତମାନ ଏମ୍ ବି ବି ଏସ୍ ଡଃ ଚିନ୍ମୟ ମିଶ୍ର ଙ୍କ ବୌଦ୍ଧ ଜିଲ୍ଲା ର ପୁରୁଣା କଟକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ବଦଳି ହୋଇଯାଇଛି । ଡଃ ମିଶ୍ର ଜଣେ ଅତି ଉତମ ଡାକ୍ତର ଅଟନ୍ତି । ସେହିପରି ଅନ୍ୟ ଜଣେ ଯୁବ ଉତମ ଡାକ୍ତର ଅଜିତ କୁମାର ଶିଶା । ତାଙ୍କର ମଧ୍ଯ ଅନ୍ୟତ୍ର ବଦଳି ହୋଇଯାଇଥିବା ମଧ୍ଯ ସୂଚନା ମିଳିଛି । ଫଳ ରେ ପୁଣି ଆଗରୁ ଯେଉଁ ଭଳି ଏଠାରେ ଡାକ୍ତର ଅଭାବ ଦେଖା ଦେଇଥିଲା ପୁଣି ଏବେ ସେହି ସମସ୍ୟା ର ପୁନରାବୃତ୍ତି ହେବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ୨୦୧୯ ମସିହା ଫେବୃଆରୀ ମାସରେ ବହୁ ରାଜନୈତିକ ଦଳ ଏବଂ କୋଦଳା ବିକାଶ ମଞ୍ଚ ର ଧାରଣା, ଅଭିଯୋଗ ପରେ ଏଠାରେ ଡାକ୍ତର ମିଶ୍ର ଏବଂ ଶିଶା ଙ୍କୁ ନିଯୁକ୍ତି ଦିଆ ଯାଇଥିଲା । ବର୍ତ୍ତମାନ ସେମାନଙ୍କ ବଦଳି ଶୁଣି କୋଦଳା ବିକାଶ ମଞ୍ଚ ପୁଣି ଧାରଣା, ଏବଂ ଆନ୍ଦୋଳନ କୁ ଓହ୍ଲାଇ ଆସିବ ବୋଲି ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି । ଏଦିଗରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ବିଧାୟିକା ଦୃଷ୍ଟି ଦେବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here