ବଡ଼ଖଇରୀଖମା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ l

0
650

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା ବ୍ୟୁର) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ ଖଇରିଖମା ପଞ୍ଚାୟତର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ଦିନ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ଡମ୍ବୁରଧର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଇଓ କମଳାକାନ୍ତ ସାହୁ ମୁଖ୍ୟ ଅତିଥି ଏବଂ ସୁମଣ୍ଡଳ କ୍ଲଷ୍ଟର ସିଆରସିସି ସନ୍ତୋଷ କୁମାର ସ୍ୱାଇଁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ମିନତୀ ବାରିକ, ଗୀତା ବାରିକ, ହରିହର ପ୍ରଧାନ, ଗୁରୁମୂର୍ତି ସାହୁ, ରଙ୍କନାଥ ମୁଦୁଲି ଆଦି ସାମ୍ନାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ନିଜ ନିଜ ବକ୍ତବ୍ୟରେ ବହୁ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ l ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଉକ୍ତ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯଥା -ନୃସିଂହ ପ୍ରସାଦ ପ୍ରଧାନ, ଧନେଶ୍ୱର ପ୍ରଧାନ, ମାନସ କୁମାର ବଳବନ୍ତ ରାୟ, ରାମଚନ୍ଦ୍ର ଗୌଡ଼,ସୁକାନ୍ତି ସିଂ, ଲାବଣ୍ୟ ଦାସ, ଅଭିଭାବକ, ପରିଚାଳନା କମିଟି ମେମ୍ବର, ଛାତ୍ରଛାତ୍ରୀ ସମେତ ବଡ଼ଖଇରୀଖମା ଗ୍ରାମବାସୀଙ୍କ ସହ ମଙ୍ଗୁଳୁ ବାରିକ, ଟ୍ୱିଟୁ ଜେନା, ବାନାମ୍ବର ବାରିକ, ସନ୍ତୋଷ ଜେନା ଏବଂ କାଳିଆ ମହାରଣା ପ୍ରଭୁତି ସହଯୋଗ କରିଥିଲେ l ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here