ନଦୀରେ ଭାସିଯାଇ ଯୁବକ ମୃତ୍ୟୁ

0
557

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଖୁଟିଗୁଡା ଗ୍ରାମର ଚେନସିଂ ଭତରା (୩୭) ଆଜି ସକାଳେ ଗ୍ରାମକୁ ଲାଗିଥିବା ବାବନ୍ଦୀ ନଦୀରେ ଗାଧେଉଥିବା ସମୟରେ ଗୋଡ଼ ନଦୀରେ ଖସିଯିବାରୁ ଯୁବକ ଜଣକ ଙ୍କ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ଉକ୍ତ ଖବର ପାଇ ମୃତ ଯୁବକ ଙ୍କ ଭାଇ ଦଶରୁ ଭତରା ପାପଡାହାଣ୍ଡି ଅଗ୍ନିଶମ ବିଭାଗ କୁ ଖବର ଦେବାରୁ ଦମକଳ ଗାଡି ଆସି ନଦୀରୁ ଯୁବକଙ୍କ ଶବକୁ ଉଦ୍ଧାର କରିଥିଲେ । ତାପରେ କୋଡ଼ିଙ୍ଗା ଥାନାରେ ମୃତ ଯୁବକ ଙ୍କ ଭାଇ ଏତଲା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ କୋଷାଗୁମୁଡା ଶବ ବାହକଗାଡ଼ିରେ କୋଷାଗୁମୁଡା ପଠାଇ ଶବ ବ୍ୟବଚ୍ଛେଦ କରି ପରିବାର ଲୋକ ଙ୍କୁ ଶବ ହସ୍ତାନ୍ତର କରିଥିଲେ । ଏନେଇ କୋଡ଼ିଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ମୃତ ଯୁବକ ଜଣକ ଗରିବ ଲୋକ ଅଟନ୍ତି । ତାଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here