ସନ୍ ରାଇଡର୍ କ୍ଳବ୍ ପକ୍ଷରୁ ମେଧା ଅନ୍ୱେଷଣ କୁଇଜ୍ ପ୍ରତିଯୋଗିତା

0
616

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁର) : ସ୍ଥାନୀୟ ବଡଖେମୁଣ୍ଡି ଉଚ୍ଚ ବିଦ୍ୟାଳୟରେ ସନ୍ ରାଇଡର୍ କ୍ଳବ୍ ପକ୍ଷରୁ ମେଧା ଅନ୍ୱେଷଣ କୁଇଜ୍ ପ୍ରତିଯୋଗିତା ୨୦୨୦ ଅନୁଷ୍ଠିତ ହୋଇଯାଇଛି । ଉଭୟ ବରିଷ୍ଠ ଏବଂ କନିଷ୍ଠ ବର୍ଗରେ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାରେ ବଡଖେମୁଣ୍ଡି ହାଇସ୍କୁଲର ଷଷ୍ଠ ଠାରୁ ଦଶମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ର ଅଂଶ ଗ୍ରହଣ କରିଥିଲେ । ଶନିବାର ପୂର୍ବାହ୍ନରେ ଉକ୍ତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଓଏମଆର୍ ସିଟ୍ ମାଧ୍ୟମରେ ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ନିକଟ ଭବିଷ୍ୟତରେ ଛାତ୍ର ମାନେ ସାଧାରଣତଃ ଯେ କୌଣସି ଉଚ୍ଚ ଶିକ୍ଷା ପାଇଁ ପ୍ରବେଶ ପରୀକ୍ଷାର ସମ୍ମୁଖୀନ ହେଉଥିବା ବେଳେ ଓଏମଆର୍ ସିଟ୍ କିଭଳି ପୂରଣ କରିବେ ତାହାର ଅଭ୍ୟାସ ପୂର୍ବକ ଏହି କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଛି ବୋଲି କ୍ଳବ୍ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ ମେଧା ଅନ୍ୱେଷଣ କୁଇଜ୍ ପ୍ରତିଯୋଗିତାରେ ବଡଖେମୁଣ୍ଡି ହାଇସ୍କୁଲର ବରିଷ୍ଠ ବର୍ଗରେ ରୁଦ୍ର ପ୍ରସାଦ ପାତ୍ର, ରୁଦ୍ରନାରାୟଣ ଗୌଡ, ଦିବାକର ମହାରଣା ଏବଂ କନିଷ୍ଠ ବର୍ଗରେ ଆଶୁତୋଷ ପାଠୀ, ଶୁଭମ୍ ସ୍ୱାଇଁ, ପି.ଓମ୍ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିଗ୍ରହଣ କରିଥିଲେ । ପରେ ମଧ୍ୟାହ୍ନରେ ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାରେ ଶିକ୍ଷୟତ୍ରୀ କମଳିନୀ ସାମନ୍ତରାୟ ଏବଂ କବିତା ବେହେରା ଜଜ୍ ଭାବେ ଯୋଗଦେଇ ତଦାରଖ କରିଥିଲେ ।ଏଥିରେ ବଡଖେମୁଣ୍ଡି ରାଜବଂଶର ଉତ୍ତରାଧିକାରୀ ଯୁବରାଜ ଶ୍ରୀସପନ କୁମାର ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ୍ ଅଫିସର୍ ଡାକ୍ତର ପାର୍ଥ ସାରଥି ନାୟକ ଯୋଗଦେଇଥିଲେ । ନିକଟସ୍ଥ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଯୁକ୍ତ ୨ ଅଧକ୍ଷା ସସ୍ମିତା ପାଠୀ, ଯୁକ୍ତ ୩ ଅଧକ୍ଷା ସ୍ୱାଗତିକା ପାତ୍ର, ସିଆର୍ ସିସି ଉପେନ୍ଦ୍ର କୁମାର ପଣ୍ଡା, ବଡଖେମୁଣ୍ଡି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଉଦ୍ଗାଥା, ଏନସିସି ଅଫିସର୍ ତଥା କ୍ରୀଡା ଶିକ୍ଷକ ଏମ୍.ଗୌରାଙ୍ଗ ପ୍ରମୁଖ ଅନ୍ୟତମ ଅତିଥି ଭାବେ ମଞ୍ଚାସୀନ ଥିଲେ ।ମଞ୍ଚାସୀନ ଅତିଥି ମାନଙ୍କୁ ସନ୍ ରାଇଡର୍ କ୍ଳବ୍ ର କର୍ମକର୍ତ୍ତା ମାନଙ୍କ ଦ୍ୱାରା ଉପଢୌକନ ଏବଂ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମ୍ପାଦକ ସମୀରକାନ୍ତ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରଷ୍କାର ବିତରଣ ଉତ୍ସବରେ କ୍ଳବ ସଭାପତି ପିନାକ ପାଣିଗ୍ରାହୀ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମର ଆଭିମୂଖ୍ୟ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ଯୁବରାଜ ସପନ କୁମାର ଦେବଙ୍କୁ କ୍ଳବ କର୍ମକର୍ତ୍ତା ଏବଂ ବଡଖେମୁଣ୍ଡି ହାଇସ୍କୁଲର ଛାତ୍ର ମାନଙ୍କ ଦ୍ୱାରା ଭୂୟସୀ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଛାତ୍ର ମାନେ ଉତ୍ତମ ଚରିତ୍ର ଗଠନ କରିବା ସଙ୍ଗେ ସଙ୍ଗେ ଛାତ୍ର ବତ୍ସଳ ଶିକ୍ଷକ ମାନଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ଉଦ୍ବୋଧନରେ କହିଥିଲେ । ପରେ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା । ଶେଷରେ ଶିକ୍ଷକ କାଳୀଚରଣ ପାଣିଗ୍ରାହୀ ଓ ଦିବାକର ପଣ୍ଡା ଧନ୍ୟବାଦ ଅର୍ପଣ କରିବା ପରେ ମିଠେଇ ବଣ୍ଟନ ସହିତ ପ୍ରସାଦ ସେବନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଏସ୍.ଶ୍ରୀନିବାସ ଆଚାରୀ, ବିପିନଚନ୍ଦ୍ର ଷଡଙ୍ଗୀ, ସାନ୍ତନୁ ଶତପଥି, ସୁନୀଲ କୁମାର ମହାଙ୍କୁଡ, ରଞ୍ଜନ କୁମାର ସାହୁ, ଇ.ଜିତେନ୍ଦ୍ର, ବାବୁଲା ରେଡ୍ଡି ପ୍ରମୁଖଙ୍କ ସମେତ ସନ୍ ରାଇଡର୍ କ୍ଳବର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here