ଯୁବ ସଭାପତି ରୂପେ ସଞ୍ଜୟ ଏବଂ ଛାତ୍ର ସଭାପତି ରୂପେ ରାଧା ମୋହନ ମନୋନୀତ

0
248

କୁକୁଡ଼ାଖଣ୍ଡି:ରାଜ୍ୟ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଓ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାର ନୂତନ କର୍ମକର୍ତ୍ତା ଘୋଷଣା କରାଯାଇଛି।ଏହି ନୂତନ କର୍ମକର୍ତ୍ତାଙ୍କ ମଧ୍ୟରେ କୁକୁଡ଼ାଖଣ୍ଡି ବ୍ଲକ ପାଇଁ ବିଜୁଜନତା ଦଳର ଯୁବ ସଭାପତି ରୂପେ ସଞ୍ଜୟ କୁମାର ସାହୁ ଓ ଯୁବ ଛାତ୍ର ସଭାପତି ରୂପେ ରାଧା ମୋହନ ସେଠୀଙ୍କୁ ମନୋନୀତ କରାଯାଇଛି।ତେବେ ଏହି ପରିପ୍ରେକ୍ଷୀରେ କୁକୁଡ଼ାଖଣ୍ଡି ବ୍ଲକର ବିଜେଡ଼ି ଯୁବ ଗୋଷ୍ଠି ଓ ଛାତ୍ର ଗୋଷ୍ଠି ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ବ୍ଲକ ବିଜେଡି ଦଳ ପକ୍ଷରୁ ନୂତନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ମନୋନୀତ ହୋଇଥିବା ବ୍ଲକ ଯୁବ ସଭାପତି ସଞ୍ଜୟ ସାହୁ ଏବଂ ଛାତ୍ର ସଭାପତି ରାଧାମୋହନ ସେଠୀ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ କୃତଜ୍ଞତା ଜଣାଇବା ସହ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ,ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ,ରାଜ୍ୟ ସାଧାରଣ ଯୁବ ସମ୍ପାଦକ ପ୍ରଣବ ବଳବନ୍ତ ରାୟ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର, ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା,କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର,ବ୍ଲକ ସଭାପତି ସନ୍ତୋଷ ଚୌଧୁରୀଙ୍କ ସମେତ ଦଳୀୟ ସରପଞ୍ଚ,ସମିତି ସଭ୍ୟ ଏବଂ ବରିଷ୍ଠ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି।ମନୋନୀତ ହୋଇଥିବା ଯୁବ ଓ ଛାତ୍ର ସଙ୍ଗଠନର ଦୁଇ ସଭାପତି ବିଧାୟକଙ୍କ ହାତମୁଠାକୁ ଟାଣ କରି ଆଗାମୀ ଦିନରେ ଦଳ କିପରି ଅଧିକ ମଜବୁତ ହୋଇପାରିବ ସେଥିନିମନ୍ତେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here