ମହା ଆଡ଼ମ୍ବରରେ ଚବିଶ ପ୍ରହରୀ ନାମଯଜ୍ଞ ଉଦଘାଟିତ

0
599

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା /ଭଞ୍ଜ କିଶୋର ମହାରଣା ): ଏହି ବ୍ଲକ ଅନ୍ତର୍ଗତ ବେରୁଆଁବାଡ଼ି ପଞ୍ଚାୟତର ସାତନଳ ଓ ଖଣ୍ଡିଆନଇ ପଞ୍ଚାୟତର ଗେଂଜେରାପଲ୍ଲୀ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମହା ଆଡ଼ମ୍ବରରେ ଚବିଶ ପ୍ରହରୀ ନାମଯଜ୍ଞ ଉଦଘାଟିତ ହୋଇଯାଇଛି। ପାରମ୍ପରିକ ରୀତିନୀତି ଅନୁଯାଇ ଅଧିବାସ ଓ କଳସ ଯାତ୍ରା ପରେ ସୂର୍ଯ୍ୟପୂଜା ଏବଂ ସାଲା ପ୍ରବେଶ ପରେ ଠାକୁରଙ୍କୁ ଅଧିଷ୍ଠିତ କରାଯାଇଥିଲା l ଏହି ଅବସରରେ ଦୂରଦୂରାନ୍ତରୁ ସଂକୀର୍ତ୍ତନ ମଣ୍ଡଳୀମାନେ ଯୋଗଦେଇ ହରିନାମ ସଂକୀର୍ତ୍ତନରେ ଆଧ୍ୟାତ୍ମକ ପରିବେଶ ସୃଷ୍ଟି କରୁଛନ୍ତି l ଉଦଯାପନୀ ଉତ୍ସବ ଦିନ ନଗରକୀର୍ତ୍ତନ, ନଗର ପରିକ୍ରମା ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ରହିଛି l ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ୍ୟ କମିଟି, ଗ୍ରାମବାସୀ ଓ ଯୁବଗୋଷ୍ଟି ସହଯୋଗ କରୁଛନ୍ତି l

LEAVE A REPLY

Please enter your comment!
Please enter your name here