ଲକ ଡାଉନ : କଟକଣା ସତ୍ତ୍ୱେ ଅନୁଚିତ ଫାଇଦାରେ ବ୍ୟସ୍ତ ମାଦକ କଳାବେପାରୀ

0
460

ବେଗୁନିଆପଡା(ନ୍ୟୁଜ!ଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା): ଲକ ଡାଉନ ଯୋଗୁଁ ବିଭିନ୍ନ କଳାବଜାରୀରେ ସକ୍ରିୟ ହୋଇଉଠିଛନ୍ତି କଳାବେପାରୀ l ସାଧାରଣ ଦିନରେ ଚୋରା ମଦ କାରବାର ଚାଲିବାତ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଓ କୋଦଳା  ଅଞ୍ଚଳରେ ଏକ ସାଧାରଣ କଥା l ମାତ୍ର ଲକ ଡାଉନ ଚାଲିଥିବା ବେଳେ ବିଭିନ୍ନ କଟକଣା ସତ୍ତ୍ୱେ ଚୋରା ମଦ ବେପାର ଜୋର ଧରିବା ସହ ସାଧାରଣ ଗୁଟଖା, ପାନ, ତମ୍ବାଖୁ ଆଦି ମାଦକ ଦ୍ରବ୍ୟ ଚଢ଼ା ଦରରେ ବିକ୍ରି ହେଉଛି l ବ୍ୟବହାରକାରୀଙ୍କ ଦୁର୍ବଳତାର ସୁଯୋଗନେଇ କଳାବଜାରୀ କଣ ଜାଣିନଥିବା ସାଧାରଣ ଦୋକାନୀ ବି ଏଥିରେ ନିଜକୁ ସାମିଲ କରିବାକୁ ବାଧ୍ୟ ହେଉଛନ୍ତି l କାରଣ ଏସବୁ ମାଦକ ଦ୍ରବ୍ୟ ବ୍ୟବହାରରେ ସାଧାରଣ ଜନତା ଏତେ ଅଭ୍ୟସ୍ତଯେ ନହେଲେ ନଚଳେ l ଲୋକଙ୍କ ଚାହିଦା ମୁତାବକ ଏସବୁ ଜିନିଷର ମୂଲ୍ୟ ଆକାଶ ଛୁଆଁ ହୋଇଥିବା ଜଣାପଡୁଛି l ସାଧାରଣତଃ ପାଞ୍ଚ ଟଙ୍କାରେ ବିକ୍ରି ହେଉଥିବା ତମ୍ବାଖୁକୁ ଆଗପଛ ନାବିଚାରି  ତିରିଶି ଟଙ୍କାରେ ବି କିଣୁଛନ୍ତି ବ୍ୟବହାରକାରୀ l ସେହିପରି ତିନି ଟଙ୍କାର ଜିନିଷ ପଚିଶ ଟଙ୍କା, ଦୁଇ ତାଙ୍କର ଜିନିଷ ପନ୍ଦର ଟଙ୍କାରେ ବିକ୍ରି ହେଉଛି  l ହେଲେ ପ୍ରଶ୍ନ ଉଠୁଛି ଲକ ଡାଉନ ସମୟରେ ଏସବୁର ବିକ୍ରି ଉପରେ ବାରଣ ଏବଂ ସବୁପ୍ରକାର ଉତ୍ପାଦନ ବନ୍ଦଥିଲେ ବି ଜିନିଷ ଆସୁଛି କେଉଁଠୁ?  କୌଣସି ରାକେଟ ଏଥିପାଇଁ କାମକରୁନିତ ? ପ୍ରଶାସନ ଯଦି ଏଦିଗରେ ହସ୍ତକ୍ଷେପ କରନ୍ତା ତାହେଲେ କଳାବେପାରୀ ଧରାପଡ଼ିବା ସହ ବହୁଲୋକ ଏ ଲୂଟରୁ ରକ୍ଷା ପାଆନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l 

LEAVE A REPLY

Please enter your comment!
Please enter your name here