ମହାନଗର ମହୋତ୍ସବ ରେ ସୁନାବେଡ଼ା ର ବିସ୍ମୟ ବାଳକ ସାଇ ଅନିସଙ୍କୁ ଭବ୍ୟ ସମ୍ବର୍ଦ୍ଧନା

0
615

ବ୍ରହ୍ମପର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପରଠାରେ ଆୟୋଜିତ ୭ମ ମହାନଗର ମହୋତ୍ସବର ସୁନାବେଡ଼ା ର ବିସ୍ମୟ ବାଳକ ସାଇ ଅନିସଙ୍କୁ ସମ୍ମାନିତ କରାଯାଇଛି। ମହୋତ୍ସବ ମଞ୍ଚରେ କମ ବୟସରେ ବିଭିନ୍ନ ବ୍ରାଣ୍ଡର କାର ୮୦ ରୁ ଉର୍ଦ୍ଧ୍ଵ ମଡେଲକୁ ୩ ମିନିଟରେ କହୁଥିବା ବିସ୍ମୟ ବାଳକ ସୁନାବେଢାର ସାଇ ଅନିସଙ୍କୁ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନ ସଭାର ବାଚସ୍ପତି ତଥା ମହୋତ୍ସବ ର ମୁଖ୍ୟ ଉପଦେଷ୍ଟା ସୂର୍ଯ୍ୟନାରାୟଣ ପାତ୍ର ,ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ପୂର୍ବତନ ସାଂସଦ ତଥା ସିନେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ଓଲିଉଡ ର ପ୍ରସିଦ୍ଧ ନାୟକ ଜ୍ୟୋତି, ଓୟୁଜେ ଗଞ୍ଜାମ ଜିଲ୍ଲା ସଭାପତି ପ୍ରକାଶ ପାଣିଗ୍ରାହୀ, ମହୋତ୍ସବ କମିଟି ସଭାପତି ନାରାୟଣ ମହାଙ୍କୁଡ, ସମ୍ପାଦକ ଗୋପାଳ ପଟ୍ଟନାୟକ, ଉପଦେଷ୍ଟା ମୋନଜ କାନ୍ତ ଦାସ, କୋଷଧକ୍ଷ ପ୍ରଣୟ ପଣ୍ଡା, ପାଇକାରୀ ଭଣ୍ଡାର ସଭାପତି ସୁଧୀର ରାଉତ ଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।

ସାଇ ଙ୍କୁ ସୁନାବେଡ଼ା ରୁ ଆମନ୍ତ୍ରିତ କରି ଏହି ସମ୍ମାନ ପ୍ରଦାନ କରିଥିବାରୁ ତାଙ୍କ ବାପା ସରୋଜ କୁମାର ପଟ୍ଟନାୟକ ଏବଂ ମା ସ୍ୱରୂପା ପଟ୍ଟନାୟକ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here