ସନ୍ ରାଇଡର୍ କ୍ଳବ୍ ପକ୍ଷରୁ ପ୍ରଶାସନକୁ ଶୁଭେଚ୍ଛା ଏବଂ କୃତଜ୍ଞତା ଜ୍ଞାପନ

0
557

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦିଗପହଣ୍ଡି ସହରରେ ପ୍ରଥମ କରି ଅନୁଷ୍ଠିତ ହୋଇଥିବା ସହରବାସୀ ତଥା ଅଞ୍ଚଳବାସୀଙ୍କ ସ୍ୱପ୍ନ ଯାହାକି ଏକ ଆଞ୍ଚଳିକ ମହୋତ୍ସବ ପାଳନ ସୁଚାରୁ ରୂପେ ସମ୍ପାଦିତ ହୋଇଥିବା ହେତୁ ଦିଗପହଣ୍ଡି ବ୍ଳକ, ଏନଏସି ଏବଂ ତହସିଲ ପ୍ରଶାସନ ଏବଂ କର୍ତ୍ତୃପକ୍ଷଙ୍କୁ ଦିଗପହଣ୍ଡି ସହରର କିଛି ସ୍ୱେଚ୍ଛାସେବୀ ଯୁବକ ଏବଂ କଲେଜ ଛାତ୍ରଙ୍କ ଦ୍ୱାରା ସନ୍ ରାଇଡର୍ କ୍ଳବ୍ ପକ୍ଷରୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ମଙ୍ଗଳବାର ଅପରାହ୍ନରେ ସନ୍ ରାଇଡର୍ କ୍ଳବରେ ଥିବା ଖେମୁଣ୍ଡି କଲେଜର କିଛି ଛାତ୍ର ଏବଂ ସହରର କିଛି ସ୍ୱେଚ୍ଛାସେବୀ ଯୁବକ ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ୱାଇଁ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ବ୍ଳକ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଙ୍ଗାଧର ଲେଙ୍କାଙ୍କୁ ଭେଟି ପୁଷ୍ପ ଗୁଚ୍ଛ ଦେବା ସହିତ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଦୀର୍ଘ ଦିନରୁ ରହିଥିବା ଏକ ଆଶା ଅଭିଳାସ ଯେପରିକି ଖେମୁଣ୍ଡି ମହୋତ୍ସବ ୨୦୨୦ ଏକ ସଫଳ ରୂପେ ଅନୁଷ୍ଠିତ ହେବା ଏବଂ ଆଗକୁ ମଧ୍ୟ ଏଭଳି ମହୋତ୍ସବ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ନିବେଦନ କରାଯାଇଥିବା ଜଣାଯାଇଛି । ମହୋତ୍ସବ ଦ୍ୱାରା ଲୋକମାନଙ୍କ ମଧ୍ୟରେ ଏକ ଭାଇଚାରା ଓ ଭାବର ଆଦାନ ପ୍ରଦାନ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ଗ୍ରାମାଞ୍ଚଳରେ ଲୁଚି ରହିଯାଉଥିବା ଲୁକ୍କାୟିତ ପ୍ରତିଭାବାନ୍ ବ୍ୟକ୍ତିତ୍ୱ ମାନଙ୍କୁ ପରିପ୍ରକାଶ କରିବା ପାଇଁ ମହୋତ୍ସବ ଏକ ମାଧ୍ୟମ ବୋଲି ସେମାନେ କହିଛନ୍ତି । ସମସ୍ତ କାର୍ଯ୍ୟକ୍ରମକୁ ସନ୍ ରାଇଡର୍ କ୍ଳବ୍ ର କର୍ମକର୍ତ୍ତାମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here