ବିଭିନ୍ନ କାଯ୍ୟଳୟ ଓ ସଂଗଠନ ତରଫରୁ ୭୪ ତମ ସ୍ୱାଧୀନତା ଦିବସ ପାଳନ

0
296

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)୭୨ତମ ସ୍ବାଧୀନତା ଦିବସ ଅବସରରେ ମହାନଗର ନିଗମ କାଯ୍ଯାଳୟ ପରିସରର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ସେହିଭଳି ୭୪ ତମ ସ୍ୱାଧୀନତା ଦିବସ ଅବସରରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜ଼ିଲ୍ଲା ତରଫରୁ ସରକାରଙ୍କ ସମସ୍ତ କୋଭିଡି ନିୟମକୁ ପାଳନ କରି ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତାକୁ ପାଳନ କରି ସ୍ଥାନୀୟ ଗାନ୍ଧି ନଗର ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ କାଯ୍ୟକର୍ତା ଏବଂ ସାଧାରଣ ଜନତାଙ୍କ ଗହଣରେ ଜାତୀୟ ପତକା ଉତ୍ତୋଳନ ସହ ସମବେଦ ଭାବରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା l
ସେହିଭଳି
ପ୍ରେମନଗର 12 ନମ୍ବର ୱାର୍ଡ ର ବସ୍ତିବାସିନ୍ଦା ମାନଙ୍କ ଦ୍ଵାରା ବହୁ ଆଡମ୍ବର ରେ କିନ୍ନର ମହାସଂଘ ର ସଭାପତି ସୁଇଟି ସାହୁ ଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l ବିଜେଡି ଜିଲ୍ଲା ସମ୍ପାଦକ ଦୁର୍ଗାପ୍ରସାଦ ପଣ୍ଡା ଏବଂ କିନ୍ନର ସଂଘର କାମକର୍ତ୍ତl ମାନେ ଉପସ୍ଥିତ ରହି ଜାତୀୟ ସଂଗୀତ ଗାନ କରିଥିଲେ l ଛୋଟ ଛୋଟ ପିଲାଙ୍କୁ ବିସ୍କୁଟ ଏବଂ ବସ୍ତି ରେ ସମସ୍ତ ଙ୍କୁ ମାସ୍କ ବଣ୍ଟା ଯାଇଥିଲା ତଥା କରୋନା ରୂପୀ ମହାମାରି ରୁ କିପରି ମୁକାବିଲା କରାଯିବ ତାହା ଉପରେ ବକ୍ତବ୍ଯ ରଖାଯାଇଥିଲା । ପରିଶେଷରେ ବୃକ୍ଷରୋପଣ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ତୋଫାନ୍, ପିଣ୍ଟୁ, ସିମା, ମାରି ବେହେରା କିନ୍ନର ସଂଘର ଶାନ୍ତି କିନ୍ନର, ଶିବାଶିଷ, ପୁଜା, ଆରତୀ,ବାସନ୍ତୀ ,ମମତା, ଇମରାନ, ଲିପି, ରାଣୀ, ବର୍ଷା, ଦିବ୍ୟା କିନ୍ନର ,ଏବଂ ସ୍ବପ୍ନା ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏଥିସହ ଲଭଲ୍ଲୀ କିନ୍ନର ସଂଘ ତରଫରୁ ବଡ଼ ଖେମୁଣ୍ଡି ସାହି,, ଲଭଲ୍ଲୀ ମହାରଣା, ବାବୁଲା ପାଣିଗ୍ରାହୀ ପତାକା ଉତ୍ତୋଳନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପ୍ରୀତି, ବିନ୍ଦିଆ, ରଂଜିତା ଉପସ୍ଥିତ ରହି ଜାତୀୟ ଗାନ କରିଥିଲେ l
ସେହିପରି ଗଞ୍ଜାମ ଜ଼ିଲ୍ଲା କଂଗ୍ରେସ ତରଫରୁ ବି ୭୪ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଏଥିରେ ପୀତବାସ ପଣ୍ଡା ଓ ଅନ୍ୟlନ୍ୟ କର୍ମୀ ଉପସ୍ଥିତ ଥିଲେ।
ସେହିଭଳି ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ୭୪ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି ।
ଭାବା ନଗର ସ୍ଥିତ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନେତୃତ୍ବରେ ୭୪ ତମ ସ୍ବାଧିନତା ଦିବସ ନିରାଡମ୍ବର ଭାବେ ସାମାଜିକ ଦୂରତା ରକ୍ଷା କରି ପାଳନ କରାଯାଇଥିଲା । ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାସହ ବିଜେଡିର ବରିଷ୍ଠ ନେତା ରାସ ବିହାରୀ ଦାସଙ୍କ ଅକାଳ ବିୟୋଗରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ମୁଖ୍ଯ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ମୋ ପରିବାରର ସଂଯୋଜକ ସୁବାଷ ଚନ୍ଦ୍ର ମହାରଣା, ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ଭଗବାନ ଗନ୍ତାୟତ, ଜିଲ୍ଲା ଉପସଭାପତି ସଂଜିତ ପାଣିଗ୍ରାହୀ, ଯୁବ ସଭାପତି ଏନ୍ ଧନଂଜୟ ରାଓ, ନଗର ସଭାପତି ମୁକୁନ୍ଦ ଗୌଡ଼,ଆର୍ ମୁରଲୀ ମୋହନ,ଟି ଗୋପି,ଭିଷ୍ମାଚାର୍ଯ୍ୟ ଚୌଧୁରୀ ରାଜ୍ୟ ସଂଖ୍ୟା ଲଘୁ ସମ୍ପାଦକ ଫାୟାଜ୍ ଖାନ୍, ସୁରେନ୍ଦ୍ର ମହାରଣା, ଦୁର୍ଗା ପ୍ରସାଦ ପଣ୍ଡା, ମମତା ପାତ୍ର,
ଲକ୍ଷ୍ମୀପ୍ରିୟା ପାଢି, ସୋନାଲି ଗନ୍ତାୟତ, ସୁରେଶ ଚନ୍ଦ୍ର ତ୍ରିପାଠୀ, ବିଜୟ ଭାସ୍କର ସିଙ୍ଗ୍ ସାମନ୍ତ, ମନୋଜ, ସ୍ବିଟି ସାହୁ, ସବିତା ବେହେରା ଯୋଗଦେଇଥିଲେ ।
କାହ୍ନା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ସ୍ବାଧୀନତା ଦିବସ ଅବସରରେ ସୁବାରାଓ ଛକଠାରୁ ଜନନା ହସ୍ପିଟାଲ ରାସ୍ତାରେ ରହିଥିବା ଡିଭାଇଡର ଉପରେ ବୂକ୍ଷରୋପଣ କରିଥିଲେ ।
ମୟୂରୀବିହାର କମିଟି ତରଫରୁ ସ୍ବାଧୀନତା ଦିବସ ଉପଲକ୍ଷେ ପତାକା ଉତ୍ତୋଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ Dr.କୃଷ୍ଣ ଚନ୍ଦ୍ର ମହାରଣା କୁଂ କରୋନା ଯୋଦ୍ଧା ଭାବରେ ସମ୍ବର୍ଦ୍ଧନା କରାଯାଇଛି। କମିଟି ସେକ୍ରେଟେରୀ ବବିତା ପାତ୍ର କଂ ସହ ଗୋପୀନାଥ ପାତ୍ର, ମହମ୍ମଦ୍ ଇଶାକ୍,ଅରୁଣ ସାମଲ ପ୍ରକାଶ ସାହୁ ଓ ବହୁ ସଂଖ୍ୟାରେ ସାହି ବାସିନ୍ଦା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here