ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ ଛୁଇଁଲା,ଗଞ୍ଜାମରେ ୧୭ ଓ ମୟୁରଭଞ୍ଜରେ ୩

0
409

ଭୁବନେଶ୍ବର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଆଜି ରାଜ୍ୟରେ ସର୍ବାଧିକ ୨୦ଜଣ କରୋନା ପଜିଟିଭ ହୋଇଥିବା ଜଣାଯାଇଛି। ଏମାନଙ୍କ ଭିତରୁ ୧୭ଜଣ ଗଞ୍ଜାମ ଓ ୩ ଜଣ ମୟୁରଭଞ୍ଜ ଜିଲ୍ଲାର ବୋଲି ଜଣାଯାଇଛି। ଏହାଫଳରେ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଓ୍ବେବସାଇଟରେ ସୂଚନା ଦିଆଯାଇଛି।ଗଞ୍ଜାମରେ ଚିହ୍ନଟ ହୋଇଥିବା ୧୭ ଜଣ ପଜିଟିଭଙ୍କ ମଧ୍ୟରୁ ୧୬ ଜଣ ପୁରୁଷ ହୋଇଥିବା ବେଳେ ଜଣେ ମହିଳା। ବର୍ତ୍ତମାନ ଗଞ୍ଜାମରେ ପଜିଟିଭିଙ୍କ ସଂଖ୍ୟା ୨୧ରେ ପହଁଞ୍ଚିଛି। ସେହିପରି ମୟୂରଭଞ୍ଜରେ ଚିହ୍ନଟ ହୋଇଥିବା ୩ ପଜିଟିଭ ପୁରୁଷ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏଥିସହିତ ପ୍ରଥମଥର ମୟୂରଭଞ୍ଜ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ସମସ୍ତ ପଜିଟିଭ ସୁରତ ଫେରନ୍ତା ଓ ସମସ୍ତେ କ୍ବାରେଣ୍ଟାଇନରେ ଥିଲେ ବୋଲି ରାଜ୍ୟ ସରକାର ସୂୂଚନା ଦେଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ୨୦୫ ଜଣ କରୋନା ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୧ ଜଣ ସୁସ୍ଥ ହୋଇଛନ୍ତି। ୧୪୨ ଜଣ ସକ୍ରିୟ ରୋାଗୀ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ବର୍ତ୍ତମାନ ୧୮ଟି ଜିଲ୍ଲାକୁ କରାେନା ସଂକ୍ରମଣ ବ୍ୟାପିଛି।

LEAVE A REPLY

Please enter your comment!
Please enter your name here