୮୨ କେଜି ଗଞ୍ଜେଇ ଜବତ

0
543

କନ୍ଧମାଳ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବୃଙ୍ଗୀଯୋଡ଼ି ପଞ୍ଚାୟତ କୁଡୁଧା ଗ୍ରାମ ରେ ଗଞ୍ଜେଇ ଜବତ ହୋଇଚି l ବିଶେଷ ସୂତ୍ର ରୁ ଖବର ପାଇ ପୁଲିସ ର ଏକ ଟିମ୍ ପୂର୍ବରୁ କୁଡୁଧା ଗ୍ରାମ ରେ ଛପି ରହିଥିଲେ ଅଭିନବ ଉପାୟ ରେ ଘରୋଇ ଆମ୍ବୁଲାନ୍ସ ରେ ଦୁଇଟି ବସ୍ତା ରେ ୮୨ କେଜି ଗଞ୍ଜେଇ ନେଇ ଆମ୍ବୁଲାନ୍ସ ମାଲିକ ଅଜୟ କୁମାର ପ୍ରଧାନ ଗଞ୍ଜେଇ ନେଉ ଥିଲାବେଳେ ଘଟଣା ସ୍ଥଳରେ ପୁଲିସ ଜବତ୍ କରି ଗିରଫ କରିଛି l ଗଞ୍ଜେଇ କୁ ନେଇ ଅଭିଯୁକ୍ତ ଜଣକ ଫିରିଙ୍ଗିଆ ର ବୃଙ୍ଗୀଯୋଡ଼ି ରୁ ଭୁବେନଶ୍ବର ନେଉଥିବା ବେଳେ ଫିରିଙ୍ଗିଆ ପୁଲିସ ଗଞ୍ଜେଇ ଜବତ୍ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି l ଅଭିଯୁକ୍ତ ଅଜୟ ପ୍ରଧାନ ଙ୍କ ଘର ଖୋର୍ଦ୍ଧା ଜିଲ୍ଲା ର ରତମାଟି ବୋଲି ଜଣା ପଡିଛି l

LEAVE A REPLY

Please enter your comment!
Please enter your name here