ଭଞ୍ଜନଗର ସହରରେ ଦଶମ ଜାତୀୟ ଭୋଟର ଦିବସ ଅନୁଷ୍ଠିତ

0
638

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଉପ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତାରେ ଭଞ୍ଜନଗର ସହରରେ ଦଶମ ଜାତୀୟ ଭୋଟର ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ,ବୁଦ୍ଧି ଜୀବୀ ଓ ଯୁବକ ଯୁବତୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତେ ଉପସ୍ଥିତ ରହି ଭୋଟର ଦିବସ ପାଳନ କରିବା ସହ ଭୋଟ ଦେବା ଆମ ଅଧିକାର ଓ ଭୋଟ ଦେଇ ଆମେ ଗର୍ବିତ ବୋଲି ସହର ବାସୀଙ୍କୁ ସଚେତନ କରାଇଥିଲେ । ଏହା ସହ ଛାତ୍ରଛାତ୍ରୀମାନେ ବିଭିନ୍ନ ଝୋଟି ଓ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରି ସଚେତନତା ସୃଷ୍ଟି କରିଥିଲେ । ଆଜିର ଏହି କାଯ୍ୟକର୍ମରେ ଏସ.ଡି ପି.ଓ ଶୁଭ୍ରାଂଶୁ ମିଶ୍ର ଓ ଆଇ.ଆଇ.ସି ସୁଦୀପ୍ତ କୁମାର ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଭୋଟର ଦିବସ ଭଞ୍ଜନଗର ସହରର ମୁଖ୍ୟ ରାସ୍ତାରେ ବହୁ ଆକର୍ଷଣର ସହ ପାଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here