ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

0
554

କବିସୂର୍ଯ୍ୟନଗର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସ୍ଥାନୀୟ କବିସୂର୍ଯ୍ୟ ବଳଦେବ ଵିଜ୍ଞାନ ମହାବିଦ୍ୟାଳୟ ପରିସରରେ କଲେଜ ଅଧ୍ୟକ୍ଷ ପ୍ରାଣକୃଷ୍ଣ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ଉତ୍ସବ ଅନୁଷ୍ଠିତ ହୋଇଛି । ଦୀର୍ଘ ଦୁଇ ସପ୍ତାହ ଧରି ଚାଲିଥିବା ଏହି ଶିବିର ଆଜି ସକାଳ ସମୟରେ ଉଦଯାପିତ ହୋଇଯାଇଛି । ଏଥିରେ କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ରାଜନିତୀ ବିଜ୍ଞାନ ଅଧ୍ୟାପକ ଯୋଗୀନ୍ଦ୍ରନାଥ ବୈଦ୍ଯ , ପ୍ରାଣୀ ବିଜ୍ଞାନ ର ଅଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥିମାନେ ଛାତ୍ରୀ ମାନଙ୍କୁ ସମାଜରେ ପ୍ରତିଷ୍ଠିତ କରାଇବାକୁ ହେଲେ ନିଜକୁ ପ୍ରଥମେ ନିଜର ସୁରକ୍ଷା ପାଇଁ କିଛି ରଣ କୌଶଳ ତାଲିମ ର ନିତାନ୍ତ ଆବଶ୍ୟକ ଯାହାକି ଆପଣଙ୍କ ମହାବିଦ୍ୟାଳୟ ର ତାଲିମ ଶିବିର ଆୟୋଜକ ସଂଯୋଜକ ଅଧ୍ୟାପକ ରାମହରି ବିଶୋଇ ଦେଇ ଆସୁଥିଲେ ସେଥିପାଇଁ ଆମେ ଏହି ଅଧ୍ୟାପକ ଙ୍କୁ ଧନ୍ୟବାଦ ଜଣାଉଛୁ । ଏହି ତାଲିମ ଦ୍ଵାରା ଛାତ୍ରୀ ମାନେ ସମାଜ ରେ ଶକ୍ତିଶାଳୀ ଭାବେ ନିଜକୁ ଗଢିତୋଳିପାରିବେ ବୋଲି ନିଜ ନିଜ ଭାଷଣରେ କହିଥିଲେ । ପରିଶେଷରେ ତାଲିମ ଶିବିର ରେ ଭାଗନେଇଥିବା ଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପକ ତାର ପ୍ରସାଦ ଦାସ ପରିଚାଳନା କରିଥିବା ବେଳେ କଲେଜ ଛାତ୍ରୀ ଭି ସୁମନ ରାଓ, ନାରାୟଣ ସିଅ, କରିସ୍ମା ସାହୁ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here