ଯୁବକକୁ ଜୀବନ୍ତ ଜଳାଇ ହତ୍ୟା ଉଦ୍ୟମ

0
674

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଭଞ୍ଜନଗର ଥାନା ଅନ୍ତର୍ଗତ ବେଲଗୁଣ୍ଠI ଫାଣ୍ଡି ଅଧିନ ଧୁମୁଛାଇ ଛକ ପାଖରେ ଜଣେ ୨୨ ବର୍ଷ ଯୁବକ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଛନ୍ତି। ଆହତ ଯୁବକ ଜଣକ ଧୁମୁଛାଇ ଗ୍ରାମର ସନ୍ତୋଷ ନାୟକ । ଖବର ପାଇ ପୋଲିସ ଘଟଣା ଜାଗା ରେ ପହଂଚି ତଦନ୍ତ ଆରମ୍ଭ କରିଛି l ଆହତ ଯୁବକ ଜଣଙ୍କୁ ପ୍ରଥମେ ଭଞ୍ଜନଗର ଓ ପରେ ବହ୍ମପୁର ମେଡିକାଲ କୁ ପଠା ଯାଇଛି ।ତେବେ କେଉଁ କାରଣରୁ ନିଆଁ ଲଗାଗଲା ତାହା ଜଣା ପଡିନଥିବା ବେଳେ ପୂର୍ବ ଶତ୍ରୁତାରୁ ଏଭଳି ଘଟି ଥିବା ଅନୁମାନ କରାଯାଉଛି। ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଅନ୍ୟ ପଟେ ପୋଲିସ ସୁଦର୍ଶନ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ରଖି ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here