୨୭ ରୁ ମହାନଗର ମହୋତ୍ସବ

0
727

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆସନ୍ତା ୨୭ ତାରିଖରୁ ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଖଲ୍ଲିକଟ କଲେଜ ଖେଳ ପଡିଆ ପରିସରରେ ୭ ମ ମହାନଗର ମହୋତ୍ସବ ଅନୁଷ୍ଠିତ ହେବ। ମହାନଗର ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ହେବ ଏହି ମହୋତ୍ସବ। ଏନେଇ ମହାନଗର ମହୋତ୍ସବ କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ବିଧାୟକ ତଥା ମହୋତ୍ସବ ଆୟୋଜକ କମିଟି ଅଧକ୍ଷ ବିକ୍ରମ ପଣ୍ଡା ଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଦୀର୍ଘ୧୦ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ରାଜ୍ୟର ବହୁ ମନ୍ତ୍ରୀ, ବରିଷ୍ଠ ପଦାଧିକାରୀ,କବି, ସାହିତ୍ୟିକ, କଳାକାର, ସାମ୍ବାଦିକ, ସାମାଜିକ କର୍ମୀ, ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ମହୋତ୍ସବ ରେ ପ୍ରତ୍ୟକ ଦିନ ଅପରାହ୍ନରେ ଆୟୋଜିତ ରେଶମ ସହର ପୁସ୍ତକ ମେଳାରେ ସାହିତ୍ୟ, କଳା, ସଂସ୍କୃତି ଓ ବିଭିନ୍ନ ଭାଷାରେ କୃତିତ୍ୱ ହାସଲ କରିଥିବା ୫୦ ରୁ ଉର୍ଦ୍ଧ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଙ୍କୁ ମହୋତ୍ସବ ମଞ୍ଚରେ ସମ୍ମାନିତ କରାଯିବ। ପ୍ରତ୍ୟକ ଦିନ ଆୟୋଜିତ ଆଲୋଚନା ଚକ୍ରରେ ପୋଡାମାରିର କବି ନଟବର ସିଂ ସାହିତ୍ୟ ସଂସଦ, ସାନ ଖେମୁଣ୍ଡି ର ସାନ ଖେମୁଣ୍ଡି ସାହିତ୍ୟ ସଂସଦ, ପିତ୍ତଳର ଓଡ୍ର ସାହିତ୍ୟ ସଂସଦ, ବ୍ରହ୍ମପୁରର ତ୍ରିଧାରା ସାହିତ୍ୟ ସଂସଦ, ଚିକିଟିର ବାହୁଦା ସାହିତ୍ୟ ସଂସଦ, ପାତ୍ରପୁରର ଉପାନ୍ତ ସାହିତ୍ୟ ସଂସଦ, ବ୍ରହ୍ମପୁରର ରାଜଧିରାଜ ଦେବରାଜ ସାହିତ୍ୟ ଅନୁଷ୍ଠାନ, ଓ ଆସିକାର ସମ୍ଭାବନା ସାରସ୍ୱତ ପରିଷଦ ପକ୍ଷରୁ ସାହିତ୍ୟ ଚର୍ଚ୍ଚା,ଆଲୋଚନା, ତର୍କ ବିତର୍କ, ସହ ପୁସ୍ତକ ଉନ୍ମଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମହୋତ୍ସବ ର ଉଦ୍ଘାଟନୀ ଦିବସରେ ପୋଲିଟିକାଲ କମେଡି ସୋ-ଦି ଗ୍ରେଟ ଓଡିଶା ପୋଲିଟିକାଲ ସର୍କସ ର କଳାକାର ମାନେ ଯୋଗ ଦେବାକୁ ଥିବାବେଳେ ,ରାଜ୍ୟ ସଂସ୍କୃତି ବିଭାଗ ଭୁବନେଶ୍ୱର ରୁ ୪ଟି ନୃତ୍ୟ ଅନୁଷ୍ଠାନ ତାଙ୍କର କଳା ନୌପୂର୍ଣ୍ଣ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଜାନୁଆରୀ ୩୦ ରେ ଓଲିଉଡ କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ ଓ ତାଙ୍କ ସାଥି ଙ୍କ ଦ୍ଵାରା ମେଗା ମେଲୋଡି ନାଇଟ, ଫେବୃଆରୀ ୨ ରେ ଓଲିଉଡ କଣ୍ଠଶିଳ୍ପୀ ଦୀପ୍ତିରେଖା ଓ ସାଥି ଙ୍କ ଦ୍ଵାରା ମେଗା ମେଲୋଡି ସୋ, ଜାନୁଆରୀ ୩୧ ରେ କୋଲକାତାର ରତ୍ନାଦତ୍ତା ଡ୍ୟାନ୍ସ ଗ୍ରୁପ ପକ୍ଷରୁ ସେମୀ କ୍ଲାସିକଲ ଓ ଆଧୁନିକ ନୃତ୍ୟ,ଫେବୃଆରୀ ୪ ରେ ଭୁବନେଶ୍ୱର ବ୍ଲାଙ୍କ ପଏଣ୍ଟ ବେଣ୍ଡ ପକ୍ଷରୁ ମେଲୋଡି ସୋ ଅନୁଷ୍ଠିତ ହେବ। ଏହା ସହ ଦିଗପହଣ୍ଡି ବିଚିତ୍ରା ବର୍ଣ୍ଣାଳି ନାଟ୍ୟ ସଂସଦ ପକ୍ଷରୁ ଫୋଳ୍କ ଡ୍ୟାନ୍ସ, ଘୁଡୁକି, ମାସ୍କ, ତ୍ରିବଲ ଡ୍ୟାନ୍ସ, ବଲାଙ୍ଗୀର ନାଟ୍ୟ ସଂସଦ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, କଟକରୁ ରୋଜ ଟ୍ରି ସାଂସ୍କୃତିକ ଅନୁଷ୍ଠାନ କୃପାସିନ୍ଧୁ ମହାନ୍ତି ଙ୍କ ଛଉ ନୃତ୍ୟ, ପୁରୀରୁ ସାହିଯାତ୍ରା,ସମେତ ବିଭିନ୍ନ ଜିଲ୍ଲାର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ। ଏଥିସହ ପ୍ରତ୍ୟକ ଦିନର ସଂସ୍କୃତିକ ସନ୍ଧ୍ୟାରେ ରେଶମ ସହରର ବିଭିନ୍ନ ଅନୁଷ୍ଠାନର କଳାକାର ମାନଙ୍କ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଥିବା ମହୋତ୍ସବ ର ସମ୍ପାଦକ ଗୋପାଳ ପଟନାୟକ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର କଳା ସଂସ୍କୃତି କୁ ଉଜ୍ଜୀବିତ ରଖିବା ସହ ଲୁକହିତ କଳାକାର ମାନଙ୍କୁ ତାର ଖୋଲା ମଂଚ ରେ ସୁଯୋଗ ଦେଇଥାଏ ବ୍ରହ୍ମପୁର ମହାନଗର ମହୋତ୍ସବ। ଅନ୍ୟପଟେ ମହୋତ୍ସବ ର ଅନ୍ୟତମ ଆକର୍ଷଣ ହେଉଛି ବିଭିନ୍ନ ବିଭାଗ ତଥା ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ୧୨୦ ରୁ ଉର୍ଦ୍ଧ ଷ୍ଟଲ। ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରର ହସ୍ତତନ୍ତ, କୁଟୀର ଶିଳ୍ପ ସାମଗ୍ରୀ ପ୍ରଦର୍ଶନ ସହ ବିକ୍ରିବଟା ର ବ୍ୟବସ୍ତା କରାଯାଇଛି। ଏହା ସହ ଗୃହିଣୀ ମାନଙ୍କ ବହୁ ଉପଯୋଗୀ ତଥା ବ୍ୟବହାର ଉପଯୋଗୀ ଘରୋଇ ସାମଗ୍ରୀ ଏହି ଷ୍ଟଲ ମାନଙ୍କରେ ପ୍ରଦର୍ଶିତ ହେବ। ଆୟୋଜିତ ଏହି ପ୍ରସ୍ତୁତି ବୈଠକ ରେ ମହୋତ୍ସବ ର ଆବାହକ ଇ. ଉମା ଶଙ୍କର ପାଣିଗ୍ରାହୀ, ସଭାପତି ନାରାୟଣ ମହାଙ୍କୁଡ, ସଂଯୋଜକ ଜଗନ ମହନ ମହାପାତ୍ର, ସମୀର ଆଚାର୍ଯ୍ୟ, ଚିରଞ୍ଜିତ ରାଜଗିରୁ, ମିହିର ତ୍ରିପାଠୀ, ଉପ ସଭାପତି ଗୋପାଳ କୃଷ୍ଣ ଡାକୁଆ, କୋଷାଧକ୍ଷ ପ୍ରଣୟ କୁମାର ପଣ୍ଡା, ଯୁଗ୍ମ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ, ଅଭିରାମ ପାତ୍ର, ସୁଦୀପ ସାହୁ, ମନ ମହନ ପାଢ଼ୀ, କୃଷ୍ଣଚନ୍ଦ୍ର ନିଶାଙ୍କ, ମୁଖ୍ୟ ସଂଯୋଜକ ମନୋଜ କାନ୍ତ ଦାସ, ସତ୍ୟ ଚେତନ ପରିଡା, ମିଡିଆ ସେଲ ସଂଯୋଜକ ଅସିତ ପଣ୍ଡା, ପ୍ରଶାନ୍ତ ଦାସ, କାର୍ତିକ ପାଣିଗ୍ରାହୀ , ଶଙ୍କର ରଣା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here