ଅବକାରୀ ଓ ପୁଲିସର ମିଳିତ ଚଡାଉ , ୨ ଜଣ ଗିରଫ

0
382

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ନିରୀକ୍ଷକ ସୁଧୀର କୁମାର ସାହୁ ଙ୍କ ନେତୃତ୍ୱରେ କୋଡ଼ିଙ୍ଗା ଅବକାରୀ ବିଭାଗ ଓ କୋଷାଗୁମୁଡା ଥାନା ବଡ଼ଆମ୍ବଡା ଫାଣ୍ଡି ପୁଲିସ ର ମିଳିତ ଚଡାଉ କରି ବିପୁଳ ପରିମାଣରେ ମଦ ଓ ପୋଚ କୁ ନଷ୍ଟ କରାଯିବା ସହ ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ କୋଷାଗୁମୁଡା ଥାନା ଅନ୍ତର୍ଗତ ଚୁରୁଚୁଣ୍ଡା , ସାନଆମ୍ବଡା , ଲାଣ୍ଡୁଗୁଡା , ନେଇଗାଁ , ପଲ୍ଲୀଗାଁ , ବାଲେଙ୍ଗା ଗ୍ରାମ ଉପରେ ଚଡାଉ କରାଯାଇ ପ୍ରାୟ ୩୦ ଲିଟର ଦେଶୀ ରନ୍ଧା ମଦ ଓ ପ୍ରାୟ ୫୦୦ ଲିଟର ମହୁଲପୋଚ କୁ ଜବତ କରି ନଷ୍ଟ କରାଯାଇଛି । ଚୋରା ମଦ କାରବାରରେ ସମ୍ପୃକ୍ତ ଚୁରୁଚୁଣ୍ଡା ଗ୍ରାମର କମଳ ମାଝୀ(୩୪) ଙ୍କ ଠାରୁ ୧୦ ଲିଟର ଓ ସାନଆମ୍ବଡା ଗ୍ରାମର ରାଜ୍ ମୋହନ ବିଶୋଇ(୪୫) ଙ୍କଠାରୁ ୮ ଲିଟର ଦେଶୀ ମଦ ଜବତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଆଜିର ଏହି ଅବକାରୀ ଚଡାଉରେ କୋଡ଼ିଙ୍ଗା ଅବକାରୀ ଉପନିରୀକ୍ଷକ ହର ପ୍ରସାଦ ରଣା , କୋଡ଼ିଙ୍ଗା ଅବକାରୀ ସହଉପନିରୀକ୍ଷକ ଜଗବନ୍ଧୁ ଯାନୀ , ବଡ଼ଆମ୍ବଡା ଫାଣ୍ଡି ଅଧିକାରୀ ଗୋପାଳ କୃଷ୍ଣ ହଲବା , ଅବକାରୀ କନେଷ୍ଟବଳ ଆକ୍ରମ ଖାନ , ଦେବେନ୍ଦ୍ର ସମରଥ , ଗକୁଳ ନାୟକ , ସଦାଶିବ ଭତରା , ରୀନା ବଡ଼ନାୟକ , ରଞ୍ଜିତ ସିଂ ଓ ପୁଲିସ କର୍ମଚାରୀ ପ୍ରମୁଖ ସାମିଲ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here