ବେଗୁନିଆପଡା ଅଂଚଳରେ ଏ ଟି ଏମ ଲୁଟେରା ସକ୍ରିୟ l ଚାରି ଦୁବୁର୍ତ୍ତଙ୍କୁ କାବୁକଲା ବେଗୁନିଆପଡା ପୁଲିସ, ଜଣେ ଫେରାର l

0
640

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଠାରେ ଏ ଟି ଏମ ଲୁଟେରାଙ୍କ ସକ୍ରିୟତା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି l ଠିକ ବେଗୁନିଆପଡା ପୁଲିସ ଫାଣ୍ଡିଠାରୁ ମାତ୍ର କିଛି ମିଟର ନିକଟରେ ପଛପଟେ ଥିବା ଆଇ ସି ଆଇ ସି ଆଇ ବ୍ୟାଙ୍କ ଏ ଟି ଏମ କୁ ଟାର୍ଗେଟ କରିଛନ୍ତି ଲୁଟେରା lଗୁରୁବାର ବିଳମ୍ବିତ ରାତ୍ର ଘ୧.୩୦ ମିନିଟ ସମୟରେ ପାଞ୍ଚଜଣ ଲୁଟେରା ଏ ଟି ଏମ ଭିତରେ ପଶି ଏ ଟି ଏମ ମେସିନ୍ ଓ ସି ସି କ୍ୟାମେରା ଦ୍ଭାଙ୍ଗି ଚୋରି କରିବାକୁ ଭଦ୍ୟମ କରୁଥିବା ବେଳେ ପୋଲିସି ଚାରି ଲୁଟେରାଙ୍କୁ କାବୁ କରିଥିବା ବେଳେ ଜଣେ ଘଟଣାସ୍ଥଳରୁ ଚମ୍ପଟ ମାରିଛି l ଗିରଫ ଚାରିଜଣ ହେଲେ ବେଗୁନିଆପଡ଼ା ଗ୍ରାମର ସନ୍ତୋସସେଠୀ (୧୬)ପିତା ପ୍ରକାଶ ସେଠୀ, ରାଜାଡ଼ାକୁଆ (୧୬) ପିତା ରବିନ୍ଦ୍ର ଡାକୁଆ, ସାଗର ଦଳେଇ (୨୫) ପିତା ପ୍ରମୋଦ ଦଳେଇ ଏବଂ କୃଷ୍ଣ ପ୍ରଧାନ (୨୧) ପିତା ତ୍ରିନାଥ ପ୍ରଧାନ l ଫେରାର ହୋଇଥିବା ଲୁଟେରା କାହ୍ନା ମାଝି (16) ପିତା ଜୟ ମାଝି ବୋଲି ଜଣାପଡିଛି l ସମସ୍ତଙ୍କ ଗ୍ରାମ ବେଗୁନିଆପଡ଼ା ହେଇଥିବା ବେଳେ ସେମାନଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ରହିଆସିଛି l ପ୍ରାପ୍ତ ବିବରଣୀରୁ ପ୍ରକାଶ ଘଟଣା ଦିନ ରାତ୍ର ପ୍ରାୟ ଘ୧.୩୦ ମିନଟ ସମୟରେ ପାଞ୍ଚଜଣ ଦୁର୍ବୁତ୍ତ ଭିତରେ ପସି ସି ସି କ୍ୟାମେରା ଦ୍ଭାଙ୍ଗି ଏ ଟି ଏମ ଲୁଟ କରିବା ପାଇଁ ପ୍ରୟାସ କରୁଥିବା ସମୟରେ ବ୍ୟାଙ୍କ ହେଡ ଅଫିସରୁ ମ୍ୟାନେଜର ଦେବାଶିଶ ପଣ୍ଡାଙ୍କ ମୋବାଇଲକୁ କଣ୍ଡୋଲ ରୁମରୁ ଫୋନ ଆସିଲା ଯେ ଏ ଟି ଏମ ଭିତରେ କିଛି ମୁଖା ପିନ୍ଧା ଲୋକ ଏ ଟି ଏମ ଦ୍ଭାଙ୍ଗୁଛନ୍ତି l ବେଗୁନିଆପଡ଼ା ପାଣ୍ଡି ଅଧିକାରୀ ଶ୍ରୀ ଦିପ୍ତି ରଞ୍ଜନ ବେହେରା କାଳ ବିଳମ୍ବ ନକରି ସଦଳବଳେ ଏ ଟି ଏମ ଉପରେ ଚ଼ଡ଼ାଉ କରି ଚାରି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲା l ଅଭିଯୁକ୍ତ ମାନଙ୍କ ଠାରୁ ଭଙ୍ଗା ସି ସି କ୍ୟାମେରା ଜବତ ହୋଇଛି l ଅନୁସନ୍ଧାନ ଚାଲିଛି, ଘଟଣା ପଛରେ ଥିବା ପ୍ରକୃତ ରହସ୍ୟ ଶୀଘ୍ର ଜଣାପଡିବ ବୋଲି ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here