ଗାଙ୍ଗପୁର ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ,୪ ଗିରଫ

0
359

ଆସିକା(ଜଗନ୍ନାଥ ସାହୁ) ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବାଙ୍ଗରଡ଼ା , ଗୋଗେଇ ନଳ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ନଗଦ 12,100 ଟଙ୍କା ଜବତ କରିବା ସହିତ ଚାରି ଜଣଙ୍କୁ ଗିରଫ କରାଯାଇଛି | ସୂଚନା ଅନୁଯାୟୀ ଉକ୍ତ ଗ୍ରାମରେ ଦୀର୍ଘ ଦିନ ଧରି ଜୁଆ ଖେଳ ଚାଲୁଥିଲା | କୌଣସି ସୂତ୍ରରୁ ଖବର ପାଇ ଗାଙ୍ଗପୁର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା |ଏହି ଚଢ଼ାଉ ରେ ତାସ, ନଗଦ ଟଙ୍କା ସମେତ ଚାରିଜଣ ଙ୍କୁ ଗିରଫ କରାଯାଇ ଥାନା କେଶ ନମ୍ବର 53/2021 ରେ ମାମଲା ରୁଜୁ କରାଯାଇଥିବା ନେଇ ଥାନା ଅଧିକାରୀ ଧିରେନ କୁମାର ଦାସ ସୂଚନା ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here