ବିପୁଳ ପରିମାଣର ପୋଚ ଜବତ

0
269

ମୋହନା(ନ୍ୟୁଜଏକ୍ସଟ୍ରା) ଗଞ୍ଜାମଗଜପତି ସୀମାନ୍ତ ଦୁର୍ଗମ ଅଞ୍ଚଳରୁ ମଙ୍ଗଳବାର ସକାଳେ ଗଜପତି ଜିଲ୍ଲାପାଳ ଓ ଏସପି ତପନ କୁମାର ପଟ୍ଟନାୟକ ଏବଂ ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ସୀମାନ୍ତ ଆର୍.ଉଦୟଗିରି ବ୍ଲକ ପୁରୁଣାପାଣି ପଞ୍ଚାୟତ ତମ୍ପା ଗ୍ରାମରେ ଗତ କିଛି ଦିନ ତଳେ ଆର୍. ଉଦୟଗିରି ଅବକାରୀ ବିଭାଗ ଚଢ଼ାଉ କରିବା ସମୟରେ ସେହି ଗ୍ରାମର କିଛି ଆଦିବାସୀ ଲୋକେ ଅବକାରୀ କର୍ମୀ ଉପରକୁ ଗୁଳି ଚାଲାଣ କରିଥିଲେ କିନ୍ତୁ ଗୁଳି ନବାଜି ଅନ୍ୟ ବାଟରେ ଚାଲି ଯାଇଥିଲା ସେହି କାରଣରୁ ଆଜି ସକାଳେ ତମ୍ପା ଗ୍ରାମ ଉପରେ ୬୦ ରୁ ୭୦ ଜଣ ଷ୍ଟାଫ୍ ଚଢ଼ାଉ କରି ପାରଳାଖେମୁଣ୍ଡି ଅବକାରୀ ନିରୀକ୍ଷକ ପଦ୍ମଚରଣ ସାହୁ ଓ ମୋହନା ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଚଢାଉ କରାଯାଇ ବିପୁଳ ପରିମାଣର ପୋଚ ଜବତ କରାଯାଇଛି । ଖବର ଅନୁଯାୟୀ , କରୋନା ମହାମାରୀ ଯୋଗୁଁ ଜିଲ୍ଲାରେ ବର୍ତ୍ତମାନ କଟକଣା ଜାରି ରହିଥିବା ବେଳେ ଏହାର ସୁଯୋଗ ନେଇ ମୋହନା ଓ ଏହାର ଆଖପାଖ ଅଞ୍ଚଳର ସାହି ସାହି ରେ ମଦ ମାଫିଆ ମାନେ ରାତାରାତି ମାଲାମାଲ ହେବାର ସ୍ୱପ୍ନଦେଖି ପ୍ରଚୁର ଅର୍ଥ ଲାଳସାରେ ମଦ ରୋଶେଇ କରି ଲୋକମାନଙ୍କୁ ଶୋଷିବାରେ ଲାଗିଛନ୍ତି । ଆର୍ ଉଦୟଗିରି ଅବକାରୀ ବିଭାଗ ମଙ୍ଗଳବାର ସକାଳ ୧୦ଟାରେ ଚଢ଼ାଉ କରିଥିଲେ । ଦୀର୍ଘ ୪ ଘଣ୍ଟାର କସରତ ପରେ ୨୬୦୦ ଲିଟର ମହୁଲ ପୋଚ ଓ ୨୬୦ ଲିଟର ଦେଶୀ ମଦ ସହ ପୋଚ ନଷ୍ଟ କରାଯାଇଥିବା ସୂଚନା ମିଳିଛି । କିନ୍ତୁ ଗଜପତି ଜିଲ୍ଲା ର ମୋହନା ସହର ରେ ପ୍ରତେକ ସାହିରେ ମହୁଲି ମଦ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି ହେଲେ ଅବକାରୀ ବିଭାଗ ପକ୍ଷରୁ କେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହାହିଁ ସହରବାସୀ ଙ୍କ ଅପେକ୍ଷା।

ରିପୋର୍ଟ: ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here