ରାଜସ୍ୱ କ୍ରିକେଟ ଲିଗ ଆଜି ଉଦଯାପିତ

0
613

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଭଞ୍ଜନଗର ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡିଆ ରେ ଚାଲିଥିବା ରାଜସ୍ୱ କ୍ରିକେଟ ଲିଗ ଆଜି ଉଯାପିତ ହେଇଯାଇଛି।ଆଜିର ଫାଇନାଲରେ ବୁଗୁଡା ତହସିଲ ବିଜୟ ଲାଭ କରିଛି।ଏହି ସଂଘର୍ଷ ପୁର୍ଣ ଭରା ଖେଳ ରେ ଭଞ୍ଜନଗର ତହସିଲକୁ ୧ ରନ ରେ ପରାସ୍ତ କରିଛି।ପ୍ରଥମେ ବ୍ୟାଟିଂ କରି ବୁଗୁଡା ଦଳ ୯୬ ରନ ସଂଗ୍ରହ କରି ଥିଲା।ପ୍ରତି ବଦଳରେ ଭଞ୍ଜନଗର ଦଳ ୯୫ ରନ କରିବାରେ ସକ୍ଷମ ହୋଇଥିଲେ।ଆଜିର ଏହି କାଯ୍ୟକର୍ମ ରେ ଅତିଧି ଭାବେ ଏସ.ଡ଼ି. ପି.ଓ ସୁଭାଶୁ ଶେଖର ମିଶ୍ର , ଆର.ଟି.ଓ ଶୁଭେନ୍ଦୁ ରଞ୍ଜନ ରାୟ ,ଆଇ.ଆଇ.ସି ସୁଦୀପ୍ତ କୁମାର ସାହୁ ,କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ଅଧ୍ୟକ୍ଷ ନୀଳାଚଳ ମୁନି ପ୍ରମୁଖ ଉପସ୍ଥିତ ଥିଲେ।ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ନେତୃତ୍ୱରେ ଏହି ତୁର୍ଣ୍ଣାମେଣ୍ଟ ଆୟୋଜନ ହୋଇ ଥିଲା । ଏହି ତୁର୍ଣ୍ଣାମେଣ୍ଟ ରେ ଟିମ ସବ କଲେଟର ସମେତ ୮ତହସିଲ ଅଫିସ ସାମିଲ ହୋଇଥିଲେ। ଫାଇନାଲ୍ ମୁକାବିଲା ରେ ଭଞ୍ଜନଗର ତହସିଲ ର ଅଭିନାଶ ବେହେରା ସଫଳ ବ୍ୟାଟ୍ସ ମ୍ୟାନ , ସଫଳ ବୋଲର ଭାବେ ବୁଗୁଡା ତହସିଲର ନିହାର ରଞ୍ଜନ ମହାରଣା ଓ ସଫଳ ଫିଲ୍ଡର ଭାବରେ ଲିଙ୍ଗରାଜ ସାହୁ ଏବଂ ସଫଳ ଉକେଟ କିପର ଭାବରେ କବିରାଜ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା

LEAVE A REPLY

Please enter your comment!
Please enter your name here