ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

0
591

ଦିଗପହଣ୍ଡି, (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦିଗପହଣ୍ଡି ସହର ଉପକଣ୍ଠରେ ରାଜପୁର ଗ୍ରାମ ନିକଟରେ ରହିଥିବା ଶ୍ରୀ ଯୋଗେଶ୍ୱର ଶୈବ ପୀଠ ପରିସରରେ ଭାରତ ବର୍ଷର ଗର୍ବ ଏବଂ ଗୌରବ ଦୁଇ ମହାପୁରୁଷ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଖେମୁଣ୍ଡି କଲେଜର ଛାତ୍ରମାନଙ୍କ ସହିତ ସହରର ସ୍ୱେଚ୍ଛାସେବୀ ଯୁବକ ଏବଂ ସାମାଜିକ କର୍ମୀ ମାନଙ୍କୁ ନେଇ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶୈବ ପୀଠ ପରିସରକୁ ସଫେଇ କରାଯିବା ସହିତ ଅନ୍ନ ପ୍ରସାଦ ସେବନ କାର୍ଯ୍ୟକ୍ରମ ମଧ୍ୟ ସମ୍ପାଦିତ ହୋଇଯାଇଛି । ଶିକ୍ଷକ ଦିବାକର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପୁଣ୍ୟ ଜୟନ୍ତୀ ତିଥି ଉତ୍ସବରେ ସାମ୍ବାଦିକ ତଥା ସାମାଜିକ କର୍ମୀ ଅନନ୍ତ ନାରାୟଣ ମହାନ୍ତି, ଆଇନ ଛାତ୍ର ତଥା ପ୍ରକୃତିବନ୍ଧୁ ପୁରଷ୍କାର ପ୍ରାପ୍ତ ସମୀରକାନ୍ତ ତ୍ରିପାଠୀ, ଦିଗପହଣ୍ଡି ଅଗ୍ନିଶମ ବିଭାଗର ହାବିଲ୍ ଦାର୍ ଇନ୍ଚାର୍ଜ ବଳରାମ ବେହେରା, କ୍ରୀଡା ପ୍ରଶିକ୍ଷକ ନରସିଂହ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଶ୍ରୋତା ମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ । ଏହି ଅବସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଶେଷରେ ପ୍ରସାଦ ସେବନ କରିବା ପରେ ସାମୁହିକ ସେବା ମନୋବୃତ୍ତି କାର୍ଯ୍ୟରେ ସମସ୍ତେ ସ୍ୱେଚ୍ଛାକୃତ ଭାବେ ନିୟୋଜିତ ହେବେ ବୋଲି ସଙ୍କଳ୍ପବଦ୍ଧ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ନେତା ରଞ୍ଜନ କୁମାର ସାହୁ, ଯୁବ ନେତା ସୁନୀଲ କୁମାର ମହାଙ୍କୁଡ, ଟୁଲୁ ସ୍ୱାଇଁ, ଟୁକୁଲା ପାଢୀ, ଶ୍ରୀନିବାସ ଆଚାରୀ, ଇ.ଜିତେନ୍ଦ୍ର କୁମାର, ପିନାକ କୁମାର ପାଣିଗ୍ରାହୀ, ଅଭୟ ଚରଣ ସାହୁ, ରାଜୁ ଭାଇ, ଆୟା ରେଡ୍ଡି, ସୁଧିର ପଣ୍ଡା, ଶକ୍ତି ସୁରୂପ ପାଣିଗ୍ରାହୀ, ସୁରଜ୍ ଗୌଡ, ପିଙ୍କୁ ଘଡେଇ, ଗଗନ ଦାସ, ସଚିନ ଗୈଡ, ସାଗର ବେହେରା, ରୋଶନ୍ ସେଠୀ, ରମେଶ ପାତ୍ର, ଟିଙ୍କୁ ଭାଇ, ଅମିତ୍ ପ୍ରମୁଖ ଖେମୁଣ୍ଡି କଲେଜ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ସ୍ୱେଚ୍ଛାକୃତ ଯୁବ ଛାତ୍ର ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here