ସୁମଣ୍ଡଳ ଠାରେ ଚାଲିଥିବା ଲକ୍ଷ୍ମୀ ନାରାୟଣ ରାତ୍ରି କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ,ମଥୁରା ବିଜେତା

0
336

ବେଗୁନିଆପଡା(ଦେବାଶିଷ ମହାରଣା) ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ରବି ଘୋଷ ବିଦ୍ୟାପୀଠ ଷ୍ଟାଡିୟମରେ ଚାଲିଥିବା ଶ୍ରୀ ଲକ୍ଷ୍ମୀ ନାରାୟଣ ଶର୍ଟ ସର୍କଲ ରାତ୍ରି କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି। ଉଦଯାପନୀ ମ୍ୟାଚଟି ମଥୁରା ଦଳ ସହ ସୁମଣ୍ଡଳ ଦଳ ମଧ୍ୟରେ ହୋଇଥିଲା। ସୁମଣ୍ଡଳ ଦଳ ଟସ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୬ ଉଇକେଟ ହରାଇ ୬୫ ରନ ସଂଗ୍ରହ କରିଥିଲା। ଜବାବରେ ମଥୁରା ଦଳ ବ୍ୟାଟିଂ କରି ୬.୩ ଓଭରରେ ୩ ଉଇକେଟ ହରାଇ ୬୬ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା।ବିଜୟୀ ଦଳର ଖେଳାଳୀ ସାଗର କୁମାରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିବା ବେଳେ ଅଜିତ କୁମାରଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରାଯାଇଥିଲା।ଆଜିର ମ୍ୟାଚକୁ କୃଷ୍ଣ ଚନ୍ଦ୍ର ଦୋରା ଓ ମାନସ ରଞ୍ଜନ ପରିଚାଳନା କରିଥିଲେ | ବିଶ୍ୱଜିତ ଜେନା ସ୍କୋର ଦାୟିତ୍ୱରେ ଥିଲାବେଳେ କାର୍ତ୍ତିକ ଚନ୍ଦ୍ର ଡାକୁଆ ଧାରା ବିବରଣୀ ପ୍ରଦାନ କରିଥିଲେ। ଉଦଯାପନ ଦିବସ ଅବସରରେ ଲକ୍ଷ୍ମୀ ନାରାୟଣ ମନ୍ଦିର ଟ୍ରଷ୍ଟ ସଭାପତି ପ୍ରକାଶ ଚନ୍ଦ୍ର ପାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜୟଦେବ ବାରିକ ମୁଖ୍ୟ ବକ୍ତା,ସଂମାନିତ ଅତିଥି ଭାବେ ଭାବେ ବସନ୍ତ କୁମାର ବାରିକ,ମହେନ୍ଦ୍ର କୁମାର ଗୌଡ଼ ଯୋଗଦେଇ ଚମ୍ପିୟାନ ଓ ରନର୍ସ ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଘରୋଇ ଆୟୋଜକ ଲକ୍ଷ୍ମୀ ନାରାୟଣ କ୍ରିକେଟ ଟୁର୍ଣ୍ଣାମେଂଟର ଆୟୋଜ,ଶୁଭକାନ୍ତ ଗୌଡ଼, ସନ୍ତୋଷ କୁମାର ସାହୁ, ରାମଚନ୍ଦ୍ର ବିଶ୍ୱାଳ,ରବୀନ୍ଦ୍ର ନାଥ ମହାରଣା, ଜିତେନ୍ଦ୍ର କୁମାର,ପି କୃଷ୍ଣ ଚନ୍ଦ୍ର ଦୋରା, କାର୍ତିକ ଡାକୁଆ ଙ୍କ ସମେତସମସ୍ତ ଆଞ୍ଚଳିକ ଦଳର ସଦସ୍ୟ ଯୋଗଦେଇଥିଲେ। ଏହି ଭିନ୍ନ ଢଙ୍ଗରେ ଆୟୋଜିତ ଟୁର୍ଣ୍ଣାମେଂଟରେ ୧୨ ଟି ଦଳ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here