ଗ୍ରାମବାସୀଙ୍କ ଦ୍ୱାରା ପୋଲସରା ବନବିଭାଗ କର୍ମକର୍ତ୍ତା ଅଟକ

0
555

କବିସୂର୍ଯ୍ୟନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବୁଢାମ୍ବ ଗ୍ରାମରେ ଗ୍ରାମବାସୀ ଏବଂ ଚାରି ମହାରଣା ପରିବାର ମିଳିତ ଭାବେ ପୋଲସରା ବନବିଭାଗ କର୍ମକର୍ତ୍ତାଙ୍କୁ ଅଟକ ରଖିଛନ୍ତି । ଏବଂ ଘଟଣା ସ୍ଥଳରେ ଚାପାଉତ୍ତେଜନା ଦେଖାଦେଇଛି । ଘଟଣାରୁ ପ୍ରକାଶ ଯେ ଆଜି ଅପରାହ୍ନ ସମୟରେ ପୋଲସରା ବନବିଭାଗ ପକ୍ଷରୁ ଅତର୍କିତ ଭାବେ ବୁଢାମ୍ବ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ୪ ମହାରଣା ପରିବାରଙ୍କ କାର୍ଯ୍ୟସ୍ଥଳୀ ବା ଅଡା ଉପରେ ଚଢ଼ାଉ କରି ସେମାନେ ତିଆରି କରିଥିବା ପେଢି, ଆଲମିରା ଆଦି ବିଭିନ୍ନ ଜିନିଷ ଜବତ କରିବା ସହ ନେଇଯାଇଥିଲେ । ଫଳରେ ବୁଢ଼ାମ୍ବ ଗ୍ରାମବାସୀ ଏବଂ ଚାରି ମହାରଣା ପରିବାର ମିଳିତ ଭାବେ କିଛି ବନବିଭାଗ କର୍ମକର୍ତ୍ତାଙ୍କୁ ଅଟକାଇବା ସହ ରାସ୍ତା ଉପରେ ନାରାବାଜି କରିଥିଲେ । ଫଳରେ କୌଣସି ଅଘଟଣକୁ ଦୃଷ୍ଟି ଆଗରେ ରଖି କବିସୂର୍ଯ୍ୟ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ବନବିଭାଗ ନେଇଥିବା ଜିନିଷ ଫେରେଇବା ପାଇଁ କହିବା ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାଯାଇଛି । ଉକ୍ତ ଚାରି ମହାରଣା ପରିବାର କହିବା ଅନୁଯାୟୀ ସେମାନଙ୍କ କାର୍ଯ୍ୟପାଇଁ ଆବଶ୍ୟକ କାଗଜପତ୍ର ଅଛି ବନବିଭାଗର କର୍ମକର୍ତ୍ତା ମାନେ କିଛି ନ ପଚାରି ଏବଂ ନବୁଝି ଏ ଭଳି କରିଛନ୍ତି ଅନ୍ୟପକ୍ଷରେ ବନବିଭାଗ କର୍ମକର୍ତ୍ତା ମାନେ ସଠିକ୍ କଥା କହିପାରିନାହାନ୍ତି । ଏଥିରେ କିଏ ଠିକ୍ କହୁଛି କିଏ ଭୁଲ୍ କହୁଛି ତାହା ତଦନ୍ତ ସାପେକ୍ଷ । ଖବର ଲେଖା ସୁଦ୍ଧା ବନବିଭାଗ ପକ୍ଷରୁ ନେଇଥିବା ଜିନିଷ ଫେରେଇନଥବା ବେଳେ ଘଟଣାସ୍ଥଳରେ ପୋଲିସ ମୁତୟନ ଅଛନ୍ତି ।

LEAVE A REPLY

Please enter your comment!
Please enter your name here