ଆଦର୍ଶ ଆଶ୍ରମରେ ଭାଗବତ ପାରାୟଣ ଆରମ୍ଭ

0
583

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦିଗପହଣ୍ଡି ସହର ଉପକଣ୍ଠରେ ରହିଥିବା ଚାଙ୍ଗୁଡିଦେଇ ପାହାଡ ତଥା ମାଁ ଚାମୁଣ୍ଡେଶ୍ୱରୀ ଶକ୍ତୀ ପୀଠ ପାଦଦେଶରେ ରହିଥିବା ଆଦର୍ଶ ଆଶ୍ରମ ପରିସରରେ ବୁଧବାର ଦିନ ଠାରୁ ଭାଗବତ୍ ପାରାୟଣ ଆରମ୍ଭ ହୋଇଯାଇଛି । ଏକ ସପ୍ତାହ ବ୍ୟାପି ଚାଲିବାକୁ ଥିବା ଏହି ମହାମିଳନ କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଅଞ୍ଚଳରୁ ୧୦୮ ଭାଗବତ ମଣ୍ଡଳୀ ଯୋଗଦାନ ଦେବେ । ଏହା ଜାନୁଆରୀ ୨୮ ତାରିଖ ଯାଏଁ ଚାଲିବାକୁ ଥିବା ବେଳେ ଏଠାରେ ଭାଗବତ ପ୍ରେମୀ ମାନେ ଏକତ୍ରିତ ହେବେ । ଅନ୍ତିମ ଦିନରେ କାଶୀ ପୀଠାଧିଶ ଶ୍ରୀ ନରେନ୍ଦ୍ରାନନ୍ଦ ସରସ୍ୱତୀ ଶଙ୍କରାଚାର୍ଯ୍ୟଙ୍କ ଆଗମନ ରହିବ । ପ୍ରତ୍ୟେହ ଦିନ ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ବିଶ୍ୱ ଶାନ୍ତି ମହାଯଜ୍ଞ, ପଞ୍ଚ ମହା ଯଜ୍ଞ, ୧୦୮ ଶଙ୍ଖ, ୧୦୮ ମୃଦଙ୍ଗ, ୧୦୮ ଘଣ୍ଟକୀର୍ତ୍ତନ ଆଦି ଉପସ୍ଥିତିରେ ଶଙ୍କରାଚାର୍ଯ୍ୟଙ୍କୁ ସ୍ୱାଗତ ନିମନ୍ତ୍ରଣ କରାଯିବ । ସେହିପରି ଏକ ହଜାର ଆଠ କଳସ ଯାତ୍ରା ମଧ୍ୟ ଅନୁଷ୍ଠିତ ହେବ ବୋଲି ଜାଣିବାକୁ ମିଳିଛି । ବିଭିନ୍ନ ଅଞ୍ଚଳରୁ ଭାଗବତ ପ୍ରେମୀ ମାନେ ବୁଧବାର ସକାଳୁ ଭିଡ ଜମାଇଥିବା ବେଳେ ମଙ୍ଗଳବାର ଏନେଇ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳେଶ୍ୱରୀ ପୋଖରୀରୁ ଗଙ୍ଗା ଆବାହନ କରାଯାଇ କଳସ ଯାତ୍ରାରେ ଯଜ୍ଞ ପୀଠକୁ ଅଣାଯାଇଥିଲା । ପରେ ରିତୀନିତୀ କାନ୍ତି ଅନୁଯାୟୀ ଭାଗବତ ପାରାୟଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଭାଗବତ ମହାମିଳନ କମିଟି, ଆଦର୍ଶ ଆଶ୍ରମର କର୍ମକର୍ତ୍ତା ଏବଂ ମାଁ ଚାମୁଣ୍ଡେଶ୍ୱରୀ ମନ୍ଦିର ପରିଚାଳନା କମିଟି ପରିଚାଳନାରେ ସହଯୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here