ଖେମୁଣ୍ଡି ମହୋତ୍ସବ ୨୦୨୦ ଉଦଘାଟିତ

0
602

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦିଗପହଣ୍ଡି ସ୍ଥିତ ବଡ଼ ଖେମୁଣ୍ଡି ହାଇସ୍କୁଲ ଖେଳପଡିଆ ତଥା ମିନିଷ୍ଟାଡିୟମରେ ମଙ୍ଗଳବାର ସନ୍ଧ୍ୟାରେ ଖେମୁଣ୍ଡି ମହୋତ୍ସବ ୨୦୨୦ ଉଦଘାଟିତ ହୋଇଯାଇଛି । ବାଚସ୍ପତି ଡ଼ଃ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଉତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ, ଦକ୍ଷିଣାଞ୍ଚଳ ପୋଲିସ ଡି ଆଇ ଜି ସତ୍ୟବ୍ରତ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ମୁଖ୍ୟ ଅତିଥି ତାଙ୍କ ଉଦବୋଧନରେ କହିଥିଲେ ଯେ, ଏହି ଉତ୍ସବ ଦିଗପହଣ୍ଡି ଠାରେ ପ୍ରଥମ କରି ଅନୁଷ୍ଠିତ ହୋଇଛି । ଗଞ୍ଜାମ ମାଟି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କବିସୂର୍ଯ୍ୟ ବଳଦେବ ଙ୍କ ପୁଣ୍ୟ ମାଟି । ଖେମୁଣ୍ଡୀ ଅଞ୍ଚଳର କଳା ସଂସ୍କୃତି, ଐତିହ୍ୟ ର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏହି ଉତ୍ସବ ଆୟୋଜନ କରିଥିବା ସମସ୍ତ ଉଦ୍ୟୋକ୍ତା ମାନଙ୍କୁ ସେ ଭୂୟସୀ ପ୍ରଶଂସା କରିଥିଲେ । ଏହି ଉତ୍ସବ ୨୫ ତାରିଖ ଶନିବାର ଯାଏଁ ୫ ଦିନ ବ୍ୟାପୀ ଏହି ମହୋତ୍ସବ ଅନୁଷ୍ଠିତ ହେବ । ମହୋତ୍ସବ କମିଟି ଆବାହକ ତଥା ବିଡ଼ିଓ ହଳଧର ଶବର ଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅଭ୍ୟର୍ଥନା ସମିତି ଉପସଭାପତି ତଥା ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ସଂଯୋଜନା କରିଥିଲେ । ସମ୍ପାଦକ ତଥା ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ସହ ସମ୍ପାଦକ ତଥା ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ବ୍ଲକ ସହକାରୀ ଯନ୍ତ୍ରୀ ଇଂ.ଗଙ୍ଗାଧର ଲେଙ୍କା, ବାଚସ୍ପତିଙ୍କ ଆଇନ ସହାୟକ ରାମକୃଷ୍ଣ ପାଢ଼ୀ, ପ୍ରମୋଦ ପାଣିଗ୍ରାହୀ, ପ୍ରାକ୍ତନ ଏନ୍ ଏ ସି ଅଧ୍ୟକ୍ଷ ଭି. ରବିନାରାୟଣ ରାଜୁ, ପ୍ରଫୁଲ୍ଲ ପଣ୍ଡା, ଉପାଧ୍ୟକ୍ଷ ପ୍ରଦୀପ୍ତ ପଟ୍ଟନାୟକ, ଏମ୍. ନିରଞ୍ଜନ ରେଡ୍ଡୀ,ସରପଞ୍ଚ ବି. କ୍ରିଷ୍ଣା ରାଓ ସୁବୁଦ୍ଧି,ଉମା ମାହେଶ୍ୱରୀ ସେଠୀ, ଶିବଶଙ୍କର ଗୋୖଡ,ଶିଵଶଙ୍କର ମହାଙ୍କୁଡ଼, ଆଲୋକ ବିଷୋୟୀ, ଅଶେଷ ନାଥ ମିଶ୍ର, ରବୀନ୍ଦ୍ରନାଥ ଡାକୁଆଙ୍କ ସମେତ ସ୍ଥାନୀୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ବୃନ୍ଦ ମହୋତ୍ସବ ସ୍ଥଳରେ ଉପସ୍ଥିତ ଥିଲେ । ମହୋତ୍ସବ ଆରମ୍ଭ ହେବା ପୂର୍ବରୁ ନୂଆଁ ବସଷ୍ଟାଣ୍ଡ ସମ୍ମୁଖରୁ ଗ୍ରାମାଞ୍ଚଳ ରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଦଳ ,ଏନ୍ ସି ସି, ସ୍କ୍କାଉ ଟ ଛାତ୍ରୀ ଛାତ୍ର ସହର ପରିକ୍ରମା କରି ମହୋତ୍ସବ ସ୍ଥଳରେ ପହଞ୍ଚିଥିଲେ । ମହୋତ୍ସବ ର ଖୋଲା ମଞ୍ଚରେ ଭୁବନେଶ୍ୱର ର ରୁଦ୍ରାକ୍ଷ ଓଡ଼ିଶୀ ଅନୁଷ୍ଠାନ ଓ ଦିଗପହଣ୍ଡି ର ଜଗନ୍ନାଥ କଳା ନିକେତନ ର କଳାକାର ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ଯାଜପୁର ର ଚଇତି ଘୋଡ଼ା ନାଚ ସମେତ ବିଶିଷ୍ଟ କଣ୍ଠଶିଳ୍ପୀ ଗୌତମ ଗିରି,ସତ୍ୟଜିତ ପ୍ରଧାନ, ଯାଜ୍ଞ ସେନି ନାୟକ ଓ ଭାଗ୍ୟଶ୍ରୀ ମହାନ୍ତି ଙ୍କ ସଙ୍ଗୀତରେ ଦର୍ଶକ ମାନେ ଝୁମିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ଙ୍କ ଭିଡ଼ ଲାଗି ରହିଥିଲା । ବିଭିନ୍ନ ଷ୍ଟଲ୍ ରେ ଜିିଲ୍ଲା ର ଏସ ଏସ ଜି ଗ୍ରୁପ୍ ପକ୍ଷରୁ ପ୍ରଦର୍ଶନୀ ଓ ବିଭିନ୍ନ ସାମଗ୍ରୀ ବିକ୍ରୀ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here