ଆହତ ମାଙ୍କଡ଼ର ଚିକିତ୍ସାରେ ସହାୟକ ହେଲେ ସ୍ଵେଚ୍ଛାସେବୀ ଅରବିନ୍ଦ

0
254

ବ୍ରହ୍ମପୁର:ବ୍ରହ୍ମପୁର ସହରର ବିଭିନ୍ନ ଗଳି କନ୍ଦୀରେ ଖାଦ୍ୟ ପାଇଁ ମାଙ୍କଡମାନଙ୍କ ଅବାଧ ଚଳପ୍ରଚଳ ଲାଗି ରହିଛି । ଆଜି ସ୍ଥାନୀୟ ଗେଟ ବଜାର ନିକଟସ୍ଥ ରାଧାକୃଷ୍ଣ ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ରାଧାକୃଷ୍ଣ ସାହିରେ ଦୁଇ ମାଙ୍କଡ଼ ମଧ୍ୟରେ ଖାଦ୍ୟ ଖାଇବାକୁ ନେଇ ଏକ ମାଙ୍କଡ଼ ଅନ୍ୟ ମାଙ୍କଡ଼ର ମୁଣ୍ଡଟି କାମୁଡ଼ି କ୍ଷତ ବିକ୍ଷେତ କରିଦେଇଥିବା ଦେଖା ଦେଇଥିଲା । ସୋସିଆଲ ମିଡ଼ିଆରେ ଏହି ଖବର ପ୍ରସାରିତ ହେବା କ୍ଷଣି ପଶୁପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କ ଦ୍ବାରା ଖବର ପାଇ ବନ ବିଭାଗୀୟ ପାରା କର୍ମଚାରୀ ନୀଳମାଧବ ଜେନା, ମଙ୍ଗଳା ପ୍ରସାଦ ପାଣିଗ୍ରାହୀ, ତିରୁପତି ପାତ୍ର, ସ୍ଵାଧୀନ ନାୟକ, ସୁକାନ୍ତ ମାଲିକ ଏବଂ ସ୍ଥାନୀୟ ବାସିନ୍ଦା ତଥା ସ୍ଵେଚ୍ଛାସେବୀ ପି.ଅରବିନ୍ଦ ଦେଶବେହେରା ଘଟଣା ସ୍ଥଳରେ ପହଞ୍ଚି ଆହତ ମାଙ୍କଡକୁ ଉଦ୍ଧାର କରିବା ସହ ତାର ଚିକିତ୍ସା ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ ଆହତ ମାଙ୍କଡ଼ର ଚିକିତ୍ସା ପଶୁ ଚିକିତ୍ସାଳୟରେ କରାଯିବା ସହ ସେ ସୁସ୍ଥଥିବା ରାତ୍ର କର୍ମଚାରୀ ଗୋବିନ୍ଦ ଚନ୍ଦ୍ର ପାତ୍ର ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here