ମାନବିକତା ଦେଖାଇ ପୁଣି ଚର୍ଚ୍ଚାରେ ରହିଲେ ଵ୍ରହ୍ମପୁର ମହାନଗର ନିଗମ କମିଶନର

0
796

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ମାନବିକତା ଦେଖାଇ ପୁଣି ଚର୍ଚ୍ଚାରେ ରହିଲେ ଵ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର । ନିଜ ଗାଡ଼ିରେ ବସାଇ ମେଡିକାଲ ନେଲେ ଆହତ ସ୍କୁଲ ଛାତ୍ରଙ୍କୁ । ଆଜି ସକାଳ ସାଢେ ୯ ଟା ସମୟରେ ଜଣେ ସରସ୍ଵତୀ ଶିଶୁ ମନ୍ଦିର ସ୍କୁଲ ର ଛାତ୍ର ଗାନ୍ଧୀନଗର ଦେଇ ସ୍କୁଲ ଯାଉଥିବା ବେଳେ ହଟାତ ଫିଡ୍ସ ରୋଗ ବାହାରି ସାଇକେଲ ରୁ ପଡି ଅଚେତ ହେବା ସହ ଆହତ ହୋଇଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଵ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ନିଜ ଗାଡ଼ିରେ କାର୍ଯ୍ୟାଳୟ କୁ ଯାଉଥିଲେ । ସେହି ସମୟରେ ସେ ଘଟଣା ଦେଖି ନିଜ ଗାଡି ରଖି ଆହତ ଛାତ୍ରଙ୍କୁ ନିଜେ ଗାଡ଼ିରେ ବସାଇ ସିଟି ହସ୍ପିଟାଲ ନେଇଥିଲେ । ଏଥିରେ ଆଇନଜୀବି ନଲିନିକାନ୍ତ ଦେବଦର୍ଶୀ ଏବଂ ଅନ୍ୟ କିଛି ଲୋକ କମିଶନର ଙ୍କୁ ସହଯୋଗ ମଧ୍ୟ କରିଥିଲେ । ତେବେ ଘଟଣାକୁ ନେଇ ଫୋଟୋ ଉଠାଇବାକୁ କମିଶନର ସିଧା ସଳଖ ମନା କରିବା ସତ୍ୱେ ତାହା ଭାଇରେଲ ହୋଇଯାଇଛି । କମିଶନର ତିତଳି ବାତ୍ୟା ସମୟରେ ନିଜେ ଚୁଡା ବ୍ୟାଗ ଉଠାଇ ଗରିବ ଲୋକଙ୍କ ପାଇଁ କାମ କରୁଥିବା ଫୋଟ ସେହି ସମୟରେ ବେଶ ଚର୍ଚ୍ଚା ହୋଇଥିବା ବେଳେ ଆଜି ପୁଣି ଆହତ ଛାତ୍ରଙ୍କୁ ନିଜ ଗାଡ଼ିରେ ବସାଇ ମେଡିକାଲ ନେବା କମିଶନର ଙ୍କ ମାନବିକତାର ପରିଚୟ ଦେଇଛି ।

LEAVE A REPLY

Please enter your comment!
Please enter your name here