ମଦ ,ଗଞେଇ ଜବତ ୨ ଗିରଫ।

0
606

କୁକୁଡାଖଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ବ୍ରହ୍ମପୁର ଅବକାରୀ ବିଭାଗ ଶ୍ରୀଷେତ୍ର ବିହାରରେ ଚାଲିଥିବା ବେଆଇନ୍ ମଦ ତିଆରି କାରଖାନା ଉପରେ ଚଢଉ କରି ୨ ଜଣକୁଂ ଗିରଫ କରିବା ସହ ସେଠାରୁ ୨୭୪ବୋତଲ ର ୪୯ ଲିଟର ବିଦେଶୀ ମଦ ସହ ୧୨.୩୦୦ କେଜି ଗଞେଇ ମଧ୍ୟ ଜବତ କରିଛି ଅବକାରୀ ବିଭାଗ ।କବିସୂଯ୍ୟନଗରର ସନ୍ତୋଷ ନାହାକ,ଖଲିଗିଂ ର ସଂଜୟ ପ୍ରଧାନ ଉଭୟ ଶ୍ରୀଷେତ୍ର ବିହାରରେ ୨୫ ଦିନ ହେଲା ଏକ ଘର ଭଡା ନେଇ ନାମୀଦାମି କମ୍ପାନୀ ର ଲୋଗୋ ଲଗାଇ ବିଦେଶୀ ମଦ ବୋତଲ ପ୍ରସ୍ତୁତ କରୁଥିଲେ ଏବଂ ତାହା ନିକଟସ୍ଥ ବଜାରକୁ ପଠାଉଥିଲେ,ଉକ୍ତ ଘରୁ ବୋତଲ ସିଲ କରୁଥିବା ଏକ ମେସିନ ସହ ପ୍ରସ୍ତୁତି ସରଞାମ ମଧ୍ୟ ଜବତ କରିଛି।ପୂବରୁ ମଧ୍ୟ ଅବକାରୀ ବିଭାଗ ଜଗଦଳପୁର ରୋଡରେ ଏକ ଘରେ ବେଆଇନ ଭାବେ ବିଦେଶୀ ମଦ ପ୍ରସ୍ତୁତ ଅଭିଯୋଗରେ ଚଢଉ କରି ୨ଜଣକୁଂ ଗିରଫ କରିଥିଲା।ବ୍ରହ୍ମପୁର ଅବକାରୀ ବିଭାଗ ଥାନା ଅଧିକାରୀ ରୋଶନ ଇଶୁହଦା କଂ ନେତୃତ୍ବରେ ଏସଆଇ ଶ୍ରୀଧର ମହାନ୍ତି,ଏଏସଆଇ ସନ୍ତୋଷ ସାହୁ ,ସେଖ୍ ମହମଦ ଖାନ୍,ଇବି ରବି ହୁସେନ୍,ସୁଦଶନ ବିଷୋୟୀ ପ୍ରମୁଖ ଚଢଉରେ ସାମିଲ ଥିଲେ।ଏନେଇ ୨୮/୨୦ରେ ଏକ ମାମଲା ରୁଜୁ କରି ଗିରଫ କୁଂ କୋଟଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here