ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ, ଜାଣନ୍ତୁ କେଉଁ ଦିନ ରହିଛି କେଉଁ ବିଷୟ l

0
558

କଟକ : ମାଟ୍ରିକ୍ ପରୀକ୍ଷାର ତାରିଖ ଆଜି ଘୋଷଣା କରାଯାଇଛି। ଫେବୃଆରୀ ୧୯ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଏହା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ଘୋଷଣା କରାଯାଇଛି। ଘୋଷଣା ସହ ପରୀକ୍ଷା ସୂଚୀ ମଧ୍ୟ ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଏହି ଅନୁଯାୟୀ, ଫେବଆରୀ ୧୯ ତାରିଖରେ ପ୍ରଥମ ଭାଷା ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ୨୨ତାରିଖରେ ଇଂରାଜୀ, ୨୪ରେ ହିନ୍ଦୀ/ସଂସ୍କୃତ, ୨୬ରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ, ମାର୍ଚ୍ଚ ୨ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ପରୀକ୍ଷା ହେବ।

ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଥିଲେ ଯେ,ଫେବୃଆରୀ ତୃତୀୟ ସପ୍ତାହରେ ପରୀକ୍ଷା ହେବ। ମନ୍ତ୍ରୀ କହିଥିଲେ ଯେ, ପରୀକ୍ଷା କେନ୍ଦ୍ରରେ ସ୍ବଚ୍ଛତା ଅଣାଯିବା ନେଇ ଅଧିକ ଗୁରୁତ୍ବ ଦିଆଯାଉଛି । ପରୀକ୍ଷା କିପରି ସୁରୁଖୁରରେ ସମ୍ପାଦିତ ହେବ ତାହା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି । ପରୀକ୍ଷା କେନ୍ଦ୍ରଗୁଡିକ ଉପରେ ଗୁରୁତ୍ବ ଦିଆଯାଇଛି।

ଗତ ବର୍ଷ କିଛି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା।କିଛି ସେଣ୍ଟରରେ ସୁବିଧା ନଥିବାରୁ ସିସିଟିଭି ଲଗାଯାଇପାରିନଥିଲା।ଗତବର୍ଷ ଯେଉଁ ପରୀକ୍ଷା କେନ୍ଦ୍ରଗୁଡିକରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ଆସିଥିଲା ସେହି କେନ୍ଦ୍ରଗୁଡିକ ଉପରେ ଚଳିତବର୍ଷ ଧ୍ୟାନ ଦିଆଯିବ ।ସେହିଠାରେ କେନ୍ଦ୍ରଗୁଡିକ କରାଯିବ ଅଥବା ପାଖାପାଖି ପରୀକ୍ଷା କେନ୍ଦ୍ରଗୁଡିକରେ ସୁବିଧା ଥିଲେ ସେଠାରେ ପରୀକ୍ଷା କେନ୍ଦ୍ର କରାଯିବ। ପରୀକ୍ଷା ସମ୍ପାଦନା ଏବଂ ଯଥା ସମୟରେ ରେଜଲ୍ଟ ବାହାରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଗତବର୍ଷ ଭଳି ଏଥର ଯେପରି ରେଜଲ୍ଟ ପ୍ରକାଶ ବିଳମ୍ବିତ ନହୁଏ ବୋର୍ଡ କର୍ତ୍ତୃପକ୍ଷ ଏବଂ ସରକାର ଅଧିକ ସତର୍କ ରହିବା ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here