ଜୟବର୍ଦ୍ଧନ ଦାଶ ମେମୋରିଆଲ୍ ଇଣ୍ଟର ମିଡ଼ିଆ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ପାଇଁ ଲୋଗୋ ଓ ଜର୍ସି ଉନ୍ମୋଚନ ।

0
594

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ଚଳିତ ମାସ 26 ତାରିଖ ସାଧାରଣନ୍ତ୍ର ଦିବସ ଅବସରରେ ବ୍ରହ୍ମପୁର ପ୍ରେସ୍ କ୍ଲବ୍ ପକ୍ଷରୁ ତୃତୀୟ ଜୟବର୍ଦ୍ଧନ ଦାଶ ମେମୋରିଆଲ୍ ଇଣ୍ଟର ମିଡ଼ିଆ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଇନଡୋର ଗେମ୍ ହଲ ଠାରେ ଏହି ବନ୍ଧୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ହେବାକୁ ଥିବା ଥିବା ବେଳେ ବ୍ରହ୍ମପୁର ସହରର ସାମ୍ୱାଦିକ ମାନେ ଏଥିରେ ଅଂଶ ଗ୍ରହଣ କରିବେ । ଏହି ଟୁର୍ଣ୍ଣାମେଣ୍ଟ ସହରର ବରିଷ୍ଠ ସାମ୍ୱାଦିକ ତଥା ବ୍ରହ୍ମପୁର ପ୍ରେସ୍ କ୍ଲବର ସ୍ୱର୍ଗତ ଜୟବର୍ଦ୍ଧନ ଦାଶଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ହେଉଛି । ଏଥି ପୂର୍ବରୁ ଆଜି ସହରର ହିଲ୍ ପାଟଣାସ୍ଥିତ ସହିଦ୍ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଠାରେ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳୀମାନଙ୍କ ଜର୍ସି ଓ ଟୁର୍ଣ୍ଣାମେଣ୍ଟର ଲୋଗୋ ଉନ୍ମୋଚନ ହୋଇଥିଲା । ଏଥିରେ ସିଙ୍ଗଲସ୍ ଓ ଡବଲ୍ସ ମ୍ୟାଚ୍ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି । ଯେଉଁ ଖେଳାଳୀମାନେ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବେ ସେମାନେ ଚଳିତ ମାସ 22 ତାରିଖ ସୁଦ୍ଧା ନାମ ପଞ୍ଚିକରଣ କରିବା ଲାଗି ଆୟୋଜକ ପକ୍ଷରୁ କୁହାଯାଇଛି । ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ ୱିନର ଓ ରନର୍ସଅପ ଟ୍ରଫି ଓ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଉଦଘାଟନୀ ଉତ୍ସବରେ ପ୍ରଦାନ କରାଯିବା କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଅର୍ଜୁନ ପୁରସ୍କାରପ୍ରାପ୍ତ ତଥା ଆନ୍ତର୍ଜାତୀୟ ଭାରତ୍ତୋଳକ କେ. ରବି କୁମାର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜର୍ସି ଓ ଲୋଗୋ ଉନ୍ମୋଚନ କରିଥିବା ବେଳେ ସାମ୍ୱାଦିକଙ୍କ ଖେଳ ପ୍ରତି ଉତ୍ସାହକୁ ପ୍ରଶଂସା କରିଥିଲେ । ଏହା ସହ ସାମ୍ୱାଦିକଙ୍କ ମଧ୍ୟରେ ଏଭଳି କ୍ରୀଡ଼ା ଆୟୋଜନ କରାଗଲେ ସାଧାରଣ ଲୋକେ ମଧ୍ୟ ଖେଳ ପ୍ରତି ଆକୃଷ୍ଟ ହେବେ ବୋଲି ସେ ଏଥିରେ ମତ ଦେଇଛନ୍ତି । ଏହା ସହ ଟୁର୍ଣ୍ଣାମେଣ୍ଟର ବେଷ୍ଟ୍ ପ୍ଲେୟାର ଟ୍ରଫି ସେ ନିଜ ତରଫରୁ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ଏହି ଲୋଗୋ ଓ ଜର୍ସି ଉନ୍ମୋଚନ ବୈଠକୁ ବରିଷ୍ଠ ସାମ୍ୱାଦିକ ଚିରଞ୍ଜିତ ରାଜଗୁରୁ ପରିଚାଳନା କରିଥିବା ବେଳେ ଗୋପାଳ ପଟ୍ଟନାୟକ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ବରିଷ୍ଠ ସାମ୍ୱାଦିତ ଜଗନମୋହନ ବୈଠକରେ ମଞ୍ଚାସୀନ ରହି ଆୟୋଜକ ଓ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ କିଭଳି ଅଧିକରୁ ଅଧିକ ଖେଳାଳୀ ଅଂଶ ଗ୍ରହଣ କରିବେ ସେଥିପାଇଁ ସମସ୍ତଙ୍କୁ ଅଂଶ ଗ୍ରହଣ କରିବା ଲାଗି କହିଥିଲେ । ସେପଟେ ଟୁର୍ଣ୍ଣାମେଣ୍ଟ କିଭଳି ଆୟୋଜନ କରାଯିବ ସେ ନେଇ ଡି. ଗୋପାଳକୃଷ୍ଣ ରେଡ୍ଡୀ ସମ୍ୟେକ୍ ସୂଚନା ଦେଇଥିଲେ । ଏଥିରେ ସାମ୍ୱାଦିକ ଶକ୍ତିଧର ରାଜଗୁରୁ, ଆର.ଶ୍ରୀନିବାସ, ସୁବାଷ ଚନ୍ଦ୍ର ପାଢୀ,ଶିବ ଦଳାଇ,ଲକ୍ଷ୍ମୀ ବେଜ୍ ,ପ୍ରସନ୍ନ କୁମାର ସାହୁ, ଶିବରାମ ଚୌଧୂରୀ,ମାନସ ବିଷୋୟୀ, ସ୍ମୃତିରଞ୍ଜନ ମହାଲିକ୍ , ବାବୁଲା ପାଣିଗ୍ରାହୀ, ଅମର କୁମାର ଦାଶ, ଅସିତ୍ ପଣ୍ଡା, ରାଜେଶ୍ କୁମାର ସାହୁ, ସୁଜିତ୍ କୁମାର ଦାଶ, ସୁବ୍ରମଣ୍ୟମ ସ୍ୱାମୀ, ସମୀର କୁମାର ରଥ ,ରବିନ୍ଦ୍ର କୁମାର ବେହେରା, ନାଗାରାଜୁ, ସଞ୍ଜୟ କୁମାର ପଣ୍ଡା, ବିକ୍ରମ କୁମାର ଜେନା , ସଚିନ୍ ବେହେରା, ଦିନେସ ପଟ୍ଟନାୟକ, ଲିକୁ ଡାକୁଆ, ଶିବନାରାୟଣ ପଣ୍ଡା, ବିଶ୍ୱନାଥ ମାରଣା , ଶାନ୍ତନୁ ରଣା ଓ ନିର୍ମଳ ସାହୁଙ୍କ ସହ ବହୁ ସାମ୍ୱାଦିକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here