ବରଗାଁ ଠାରେ ମା ମାଉଲି ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
484

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଉକିଆପାଲି ପଞ୍ଚାୟତ ଅନ୍ତର୍ଗତ ବରଗାଁ ଠାରେ ମା ମାଉଲି ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ବାଟକୁହୁଡି ଓ ଅଁଳାଭଟ୍ଟା ମଧ୍ୟରେ ସଂଘର୍ଷ ପୁର୍ଣ ଖେଳ ଅନୁଷ୍ଠିତ ହୋଇଥିଲା । ବାଟକୁହୁଡି ଦଳ ଶେଷରେ ଚମ୍ପିୟାନ ହୋଇଥିଲା । ଚମ୍ପିୟନ ଦଳକୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନରଅପ ଦଳକୁ ୧୨ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଭଳିବଲ ଟୁର୍ଣ୍ଣାମେଣ୍ଟ ର ଉଦଯାପନ ଦିବସରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ , ସାଂସଦ ପ୍ରତିନିଧି ଯୋଗେନ୍ଦ୍ର ସ୍ୱାଇଁ , ଜିଲ୍ଲା ପରିଷଦ ସଭ୍ୟ ବଳି ଭତରା , କୋଷାଗୁମୁଡା ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ ବକ୍ସି , ସ୍ଥାନୀୟ ସରପଞ୍ଚ ଦେବରାଜ ମାଝୀ , ବଂଶୀଧର ପୂଜାରୀ , ମହାଦେବ ଅଧିକାରୀ , ଲଷ୍ମୀ ମାଳି , ଦୟାରାମ ଅଧିକାରୀ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟ କୁ ବରଗାଁ ଗ୍ରାମର ଦୟାରାମ ହରିଜନ , ଜସେଫ ଫିଲିପି , ସୂର୍ଯ୍ୟ ଦାନ ନାଗ ଓ ଅନ୍ୟ ଯୁବକ ମାନେ ଆୟୋଜନ କରିଥିଲେ । ଫାଇନାଲ ମ୍ୟାଚ ଦେଖିବାକୁ ଓଡ଼ିଶା ସମେତ ପଡୋଶୀ ଛତିଶଗଡ଼ ଅଞ୍ଚଳ ରୁ ବହୁ ଖେଳ ପ୍ରେମୀଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here