ରାସ୍ତା କଡରୁ ନବଜାତକ ଶିଶୁର ମୃତ ଦେହ ଠାବ

0
639

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦିଗପହଣ୍ଡି ଥାନା ଅଧିନସ୍ଥ ଶୁଣ୍ଢିପଲ୍ଲୀ-ଆମ୍ବଗାଁ ରାସ୍ତା କଡରୁ ଶନିବାର ପୂର୍ବାହ୍ନ ପ୍ରାୟ ୧୦ ଘଣ୍ଟ ସମୟରେ ଏକ ନବ ଜାତକ ଶିଶୁର ମୃତ ଦେହ ଠାବ କରାଯାଇଛି । ସ୍କୁଲ ପିଲାମାନେ ସେହି ରାସ୍ତା ଦେଇ ଯାତାୟତ କରୁଥିବା ବେଳେ ଘଟଣା ପ୍ରଘଟ ହୋଇଥିଲା । ଖବରପାଇ ଦିଗପହଣ୍ଡି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ନବଜାତକ ଶିଶୁର ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିବା ବେଳେ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପ୍ରକାଶ ଯେ, ଦିଗପହଣ୍ଡି ଥାନାଞ୍ଚଳରେ ଗତ ଦୁଇ ବର୍ଷ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ଏଭଳି ନବ ଜାତକ ଶିଶୁକୁ ରାସ୍ତା କଡରେ ଫୋପଡାଯାଉଥିବା ଘଟଣା ଘଟିଥିବା ନଜିର୍ ରହିଥିବା ବେଳେ ଔପଚାରିକତା ଦୃଷ୍ଟିରୁ କେବଳ ଅପମୃତ୍ୟୁ ମାମଲା ରୁଜୁ କରିଦିଆଯାଉଛି । ତେବେ ଦତନ୍ତ କାରଗଲେ ବହୁ ଲୁକ୍କାୟିତ ତଥ୍ୟ ଉନ୍ମୋଚନ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଲିଙ୍ଗଭେଦ ଦୂର କରିବା ଏବଂ ଲିଙ୍ଗ ନିରୂପଣ କରିବା ଓ ଭୃଣ ହତ୍ୟା କରିବା ସମସ୍ତ ଦଣ୍ଡନୀୟ ଅପରାଧ ଅଟେ । ଉକ୍ତ ବିଷୟ ସବୁ ଜନମାନସରେ ସମସ୍ତ ସମୟରେ ସଚେତନତାମାନ ସୃଷ୍ଟି କରାଯାଉଥିଲେ ହେଁ ଏଭଳି ଅମାନବୀୟ ଘଣଟମାନ ଦେଖିବାକୁ ମିଳୁଛି । ଅଞ୍ଚଳରେ ରହିଥିବା ବେଆଇନ କ୍ଳିନକ୍ ଓ ନର୍ସିଂ ହୋମ୍ ମାନଙ୍କରେ ଅବୈଧ ଗର୍ଭପାତ ଏବଂ ଲିଙ୍ଗ ନିରୂପଣ ଆଦି କରାଯାଉଥିବା ହେତୁ ଭୃଣ ଗୁଡିକର ହତ୍ୟା କରି ଏଭଳି ଭାବେ ଫୋପଡାଯାଉଥିବା ନେଇ ସାଧାରଣରେ ସମାଲୋଚନା ହେଉଛି । ସୂଚନାଯୋଗ୍ୟ ଯେ, ଶନିବାର ଘଟିଥିବା ସ୍ଥାନରୁ ମାତ୍ର କିଛି ଦୂରତାରେ ବଳଦିଆ ଛକରେ କିଛି ଦିନ ପୂର୍ବେ ଏକ ପୋଖରୀ କୂଳରେ କେହି ଜଣେ ନବଜାତକ ଶିଶୁ କନ୍ୟା (ଭୃଣ)କୁ ଫୋପାଡିଦେଇ ଚାଲିଯାଇଥିଲେ ।

LEAVE A REPLY

Please enter your comment!
Please enter your name here