ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ

0
541

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଦିଗପହଣ୍ଡି ଥାନା ଅଧିନସ୍ଥ ବାସୁଦେବପୁର ଗାଁ ଛକ ରେ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବୃଦ୍ଧ ଜଣକ ହେଲେ ସିଦ୍ଧେଶ୍ୱର ଗ୍ରାମର ମଲା ପାତ୍ର(୭୦) । ମଲା ନିକଟସ୍ଥ ଏକ ବଟ ଗଛ ମୂଳରେ ବସିଥିବା ବେଳେ କିଛି ବ୍ୟକ୍ତି ଆସି ତାଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ତଂଟି ନିକଟରୁ ପ୍ରଚୁର ରକ୍ତ ଶ୍ରାବ ହୋଇଥିଲା। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here