ବାବା ନାଗେଶ୍ବର ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।

0
566

ଗଂଜାମ (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ବ୍ରହ୍ମପୁର ନିକଟସ୍ଥ ବନ୍ଥପଲ୍ଲୀ ଗ୍ରାମରେ ଯୁବକସଂଘ ପଷରୁ ଆୟୋଜିତ ବାବା ନାଗେଶ୍ବର ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ସମାଜସେବୀ ବିରେନ୍ଦ୍ରଗୌଡଙ୍କ ତତ୍ବାବଧନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତସେଠୀ ଯୋଗଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ।ସମ୍ନାନିତ ଅତିଥିଭାବେ ଗ୍ରାମର ଭଦ୍ରବ୍ୟକ୍ତି ଗୋପି ଗୌଡ,ମହେଶ ଚନ୍ଦ୍ର ଭୂୟାଁ ଯୋଗଦେଇଥିଲେ।ଏଥିରେ ବ୍ରହ୍ମପୁର ଅନ ଟିଭିର ନ୍ୟୁଜ ଏଡିଟୋର ଅସିତ ପଣ୍ଡା, କୁକୁଡାଖଣ୍ଡି ବ୍ଲକରେ କାଯ୍ୟରତ ସାମ୍ବାଦିକ ନୃସିଂହନାଥ ସାବତ,ହିମାଂଶୁପାଢୀ,ଉମା ପାଣିଗ୍ରାହୀ,ପ୍ରକାଶ ଦୋରା,ଆଶୁତୋଷ ମହାପାତ୍ର,ଇ.ରଂଜନ ଙ୍କୁ ସମ୍ଭାର୍ଦ୍ଧିତ କରାଯାଇଥିଲା।ପ୍ରଥମ ଦିନ କୁମ୍ଭଝରି -ଲାଠି,ପୁରୁଣା ବ୍ରହ୍ମପୁର-ବାଲିପଡା ମଧ୍ୟରେ ଖେଳ ଅନୁଷ୍ଟିତ ହଇଥିଲା।ପିକୁ ଗୌଡ ରେଫରି ଦାୟିତ୍ବ ତୁଲାଇଥିବା ବେଳେ ଜୟସେନ ସ୍ବାଇଁ ,ଯୋଗି ରାଉତ,ଜିତୁ ବିଷୋୟୀ ,ସୁଶାନ୍ତ ଭୂୟାଁ କଂ ସହ ଯୁବକ ସଂଘର କମକତ୍ତା ମାନେ କାଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here