ଚାଉଳ ରେ ପୋକ ନ ଲାଗିବା ପାଇଁ ପକାଯାଇଥିବା ଔଷଧ ଗ୍ୟାସ ରେ ଶ୍ୱାସ ରୁଦ୍ଧ ହୋଇ ସାନ ଭାଇ ମୃତ, ବଡ଼ ଭାଇ ଅସୁସ୍ଥ

0
256

ଖଲ୍ଲିକୋଟ (ପ୍ରଦୀପ୍ତ କୁମାର ସାହୁ) ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାକୁଟୁଗାଁ ରେ ଅଘଟଣ ।ଘରେ ରଖାଯାଇଥିବା ଚାଉଳ ରେ ପୋକ ନ ଲାଗିବା ପାଇଁ ପକାଯାଇଥିବା ଔଷଧ ଗ୍ୟାସ ରେ ଶ୍ୱାସ ରୁଦ୍ଧ ହୋଇ ସାନ ଭାଇ ର ମୃତ୍ୟୁ ଘଟିଥିବା ବେଳେ ବଡ଼ ଭାଇ ଅସୁସ୍ଥ ହୋଇ ପଡ଼ିଥିବା ଖବର ଆମର ହସ୍ତଗତ ହୋଇଛି ।ବାକୁଟୁଗାଁ ର ଦିଲ୍ଲୀପ ମଳିକ ପରିବାର ପ୍ରତିପୋଷଣ ପାଇଁ ବିଦେଶ ଯାଇଥିବା ବେଳେ ଗାଁ ରେ ଦୁଇ ପୁଅଙ୍କ ସହ ମାଆ ଲକ୍ଷ୍ମୀ ମଳିକ ରହନ୍ତି ।ଘରେ ଥିବା ୫ ବସ୍ତା ଚାଉଳ ରେ ପୋକ ନ ଲାଗିବା ପାଇଁ ଦୋକାନ ରୁ ୫ ପ୍ୟାକେଟ ଔଷଧ ଆଣି ସେହି ଚାଉଳ ବସ୍ତା ଗୁଡିକ ରେ ରଖିଥିଲେ ଲକ୍ଷ୍ମୀ ।ତେବେ ରବିବାର ରାତିରେ ଘରେ କବାଟ ବନ୍ଦ କରି ଦୁଇ ପିଲା ଙ୍କ ସହ ମାଆ ଶୋଇ ଥିବା ବେଳେ ହଠାତ ସାନ ପୁଅ ଅସୁସ୍ଥ ହୋଇ କାନ୍ଦି ଥିଲା ।ପରେ ପରେ ବଡ଼ ପୁଅ ମଧ୍ୟ ଅସୁସ୍ଥ ହୋଇ ଯାଇଥିଲା ।ତୁରନ୍ତ ଦୁଇ ଭାଇ ଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା ।ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତର କରାଯାଇଥିଲା ।ସେଠାରେ ଚିକିତ୍ସା ହେଉଥିବା ସମୟରେ ସାନ ଭାଇ ଅଂଶୁମାନ ମଳିକ(୪) ର ମୃତ୍ୟୁ ହୋଇଥିଲା ।ମୃତଦେହକୁ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଛି ।ଲକ୍ଷ୍ମୀ ଙ୍କର ବଡ଼ ପୁଅ ସୁସ୍ଥ ହୋଇ ଘରକୁ ଫେରି ଆସିଥିବା ଜଣାପଡ଼ିଛି ।ଏହି ଘଟଣା ଗ୍ରାମରେ ଶୋକ ର ଛାୟା ଖେଳାଇ ଦେଇଛି ।ବାକୁଟୁଗାଁ ସମିତି ସଭ୍ୟ ପଦ୍ମ ଚରଣ ସୁବୁଦ୍ଧି ଲକ୍ଷ୍ମୀ ଙ୍କ ଘର କୁ ଯାଇ ସମବେଦନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here