ଭଞ୍ଜନଗର ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ

0
693

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସଡକ ଦୁର୍ଘଟଣାକୁ ଏଡାଇବା ସହ ନିରାପଦ ଯାତ୍ରା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ଭଞ୍ଜନଗର ପୋଲିସ,ପରିବହନ ସଂସ୍ଥା ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ପ୍ରତିବର୍ଷ ଜାନୁଆରୀ ମାସ ୧୧ ତାରିଖରୁ ୧୭ ତାରିଖ ୭ ଦିନ ବ୍ୟାପୀ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଆସୁଛି । ଏହି ଅବସରରେ ୩୧ତମ ସଡକ ସୁରକ୍ଷା ଉପଲକ୍ଷେ ଭଞ୍ଜନଗର ପୋଲିସ ପକ୍ଷରୁ ଆଜି ମଧ୍ୟ ଏକ ଜନ ସଚେତନତା ଅଭିଯାନ ହୋଇଥିଲା। ଭଞ୍ଜନଗର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏହା ପରିଚାଳିତ ହୋଇଥିଲା ଏବଂ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ପରିକ୍ରମାରେ ଭଞ୍ଜନଗରର ସମସ୍ତ ପୋଲିସ କର୍ମଚାରୀ,ପରିବହନ ଅଧିକାରୀ,ଅଟୋ ମାଲିକ ସଂଘ,କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଓ ଅଧ୍ୟାପିକାମାନେ ସାମିଲ ହୋଇଥିଲେ।।ଲୋକମାନେ କିଭଳି ଶୃଙ୍ଖଳିତ ଭାବେ ଟ୍ରାଫିକ ନିୟମ ମାନି ଚାଲିବେ ସେ ନେଇ ଏକ ଆଲୋଚନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here