ଅଗ୍ନିକାଣ୍ଡରେ ୪ ବଖରା ପୋଡିବା ସହ ଦୁଇଟି ଗୋରୁ ଆହତ

0
256

ବୁଗୁଡା : ବୁଗୁଡା ତହସିଲ ଅନ୍ତର୍ଗତ ତାକରଡା ପଞ୍ଚାୟତର ଡେଙ୍ଗାବାଡ଼ି ଗ୍ରାମରେ ମଇ ୨୯ ତାରିଖ ରାତ୍ରରେ ଅଗ୍ନିକାଣ୍ଡ ଘଟି ଚାରି ପରିବାରର ୪ ବଖରା ଘର ପୋଡି ପାଉଁଶ ହୋଇଥିବା ବେଳେ ଦୁଇଟି ଗୋରୁ ପୋଡି ଆହତ ହୋଇଥିବା ଜଣାପଡିଛି। କୌଣସି କାରଣରୁ ରବିବାର ରାତ୍ରରେ ବାରିପଟରେ ଥିବା ଚାଳଛପର ଘରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଘବର ପାଇ ବୁଗୁଡା ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ। ଘରେ ଗୁଡିକରେ ଥିବା ସମସ୍ତ ଚାଷ ସାମଗ୍ରୀ ପୋଡି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହ ଦୁଇଟି ଗୋରୁ ପୋଡି ଆହତ ହୋଇଛନ୍ତି। ସ୍ଥାନୀୟ ସରପଞ୍ଚ ଦିଲ୍ଳୀପ କୁମାର ପ୍ରଧାନ ଘଟଣା ବିଷୟ ନେଇ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ଅବଗତ କରିଥିଲେ। ତହସିଲଦାର ଶ୍ରୀ ଜେନା ଛୁଟିରେ ଥିବାବେଳେ ସୁପରଭାଇଜର ନରେନ୍ଦ୍ର କୁମାର ଗୌଡ଼ ମଇ ୩୦ ତାରିଖ ସକାଳେ ଡେଙ୍ଗାବାଡ଼ିର ଘରପୋଡି ଘଟଣା ସ୍ଥଳୀକୁ ଯାଇ କ୍ଷୟକ୍ଷତି ଆକଳନ କରିବା ସହ ପ୍ରତି ପରିବାରଙ୍କୁ ପାଲ ବଣ୍ଟନ କରି ଫେରିଛନ୍ତି। ତହସିଲଦାର କାର୍ଯ୍ୟରେ ଯୋଗଦେଲେ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡିଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here