ଦିଗପହଣ୍ଡି ପୋଲିସ ପକ୍ଷରୁ ୩୧ ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ

0
551

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା/ପ୍ରଣୟ ପଣ୍ଡା) : ସଡକ ଦୁର୍ଘଟଣାକୁ ଏଡାଇବା ସହ ନିରାପଦ ଯାତ୍ରା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ଥାନା ସମିତି ଓ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ୩୧ ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ପ୍ରତିବର୍ଷ ଜାନୁଆରୀ ମାସ ୧୧ ତାରିଖରୁ ୧୭ ତାରିଖ ୭ ଦିନ ବ୍ୟାପୀ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଆସୁଛି ।
ଏହି ଅବସରରେ ଶୁକ୍ରବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରାଇବା ପାଇଁ ସଚେତନତା ରଥ ସମେତ ବାଇକ ରାଲି ଓ ପଦଯାତ୍ରା କରାଯାଇଥିଲା । ଏସ୍ଡ଼ିପିଓ ପତକା ଦେଖାଇ ରାଲି ଆରମ୍ଭ କରିଥିଲେ। ଏହି ପରିକ୍ରମା କାର୍ଯ୍ୟକ୍ରମରେ ଖେମୁଣ୍ଡି ମହାବିଦ୍ୟାଳୟ ,ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଓ ବଡଖେମୁଣ୍ଡି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ୫୦୦ ଜନସାଧାରଣ ଅଂଶ୍ର ଗ୍ରହଣ କରିବା ସହ ଏହି ପଦଯାତ୍ରା ସ୍ଥାନୀୟ ଦିଗପହଣ୍ଡି ବଡଖେମୁଣ୍ଡି ହାଇସ୍କୁଲ ପଡିଆଠାରୁ ବାହାରି ମେଡିକାଲ ଛକ ,ପୁଞ୍ଜିକୟାଁ ଓ ବସଷ୍ଟାଣ୍ଡ ଦେଇ ବ୍ୟାଙ୍କ କଲୋନୀ ଅଞ୍ଚଳ ପରିକ୍ରମା କରିଥିଲେ । ଦିଗପହଣ୍ଡି ଥାନା ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଟ୍ରାଫିକ ନିୟମକୁ ମାନିବା ସହ ମଦ୍ୟପାନ ନକରି ଗାଡି ଚଲାଇବା ,ଗାଡି ଚଳାଇବା ସମୟରେ ହେଲମେଟ ବ୍ୟବହାର କରିବା , ବିନା ଲାଇସେନ୍ସରେ ଗାଡି ନ ଚଳାଇବା,ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନକରିବା ପାଇଁ ଅନୁରୋଧ କରାଯିବା ସହ ଯୁବପିଢି ମାନଙ୍କୁ ଗାଡି ଧିରେ ଚଳାଇବା ଓ ନାବାଳକ ମାନଙ୍କୁ ଗାଡି ନ ଦେବାକୁ ମାଆ, ବାପା ମାନଙ୍କୁ ସୂଚନା ଦେଇଥିଲେ । ଏତଦ ବ୍ୟତୀତ ରାସ୍ତାରେ ଯେଉଁ ଗାଡି ଚାଳକ ବିନା ହେଲମେଟ ରେ ଗାଡି ଚଳାଉଥିଲେ ତାକୁ ଗୋଲାପ ଫୁଲ ଦେଇ ହେଲମେଟ ବେବହାର କରିବା ପାଇଁ କୁହାଯାଇଥିଲା । ଏହି ସଚେତନତା ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଆଇନ ସହାୟକ ରାମକୃଷ୍ଣ ପାଢୀ , ସମାଜସେବୀ ପି.କୃଷ୍ଣ ଚନ୍ଦ୍ର ରେଡ୍ଡୀ , ସମବାୟ ସମିତି ସଭାପତି ଅସିତ କୁମାର ସାହୁ , ମୁନା ନାୟକ , କ୍ରୀଡା ଶିକ୍ଷକ ସୀତାରାମ ମୁର୍ତ୍ତି ଓ ଏମ. ଗୌରାଙ୍ଗଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇଥିଲେ । ଗତ ଦିନମାନଙ୍କରେ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ମଧ୍ୟଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here