ଦୈନିକ ଖବରକାଗଜ ସମ୍ବାଦ ପ୍ରତିନିଧିଙ୍କ ପିତୃ ବିୟୋଗ

0
151

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକରେ କାର୍ଯ୍ୟରତ ଛାପା ଗଣମାଧ୍ୟମ ତଥା ଦୈନିକ ଖବରକାଗଜ ସମ୍ବାଦ ପ୍ରତିନିଧି ନୀଳମାଧବ ପରମଗୁରୁଙ୍କ ପିତା ପଦ୍ମଚରଣ ପରମଗୁରୁଙ୍କ ରବିବାର ସକାଳୁ ଚିକିଟି ବ୍ଳକ ଚାନ୍ଦପୁର ପଞ୍ଚାୟତ ଦେଉଳିଆ ପଡା ଗ୍ରାମ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ୮୪ ବର୍ଷ ବୟସ ହୋଇଥିବା ବେଳେ ସେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରହିଥିଲେ । ଖବରପ୍ରକାରେ , ସ୍ବର୍ଗତ ପଦ୍ମଚରଣ ପୂର୍ବରୁ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ ଭାବରେ କାର୍ଯ୍ୟ ଦାୟିତ୍ଵ ନିର୍ବାହ କରିଥିଲେ । ଅବସର ପରେ ନିଜ ବାସଭବନରେ ରହି ଆସୁଥିଲେ । ତେବେ ବାର୍ଦ୍ଧକ୍ୟ ଜନିତ ହେତୁ ରବିବାର ସକାଳ ୪ ଘଣ୍ଟା ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସେ ଜଣେ ପରୋପକାରୀ , ମେଳାପି ଓ ଧର୍ମ ପରାୟଣ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ତିନି ପୁଅ ନୀଳମାଧବ , ସଦାନନ୍ଦ , ପ୍ରଶାନ୍ତ , ଝିଅ ମାମି , ଜ୍ବାଇଁ , ବୋହୂ , ନାତିନାତୁଣୀ ଉପସ୍ଥିତ ରହିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ପରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଦେଉଳିଆ ପଡା ଗ୍ରାମ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଥିଲେ । ପରିଶେଷରେ ଧାନ୍ଯରାଶି ନିକଟସ୍ଥ ଉତ୍ତରବାଙ୍କ ଶ୍ମଶାନରେ ଶବ ସତ୍କାର କରାଯାଇଥିବା ଜଣାପଡ଼ିଛି ।

ରିପୋର୍ଟ:କୀରଣ ବେହେରା

LEAVE A REPLY

Please enter your comment!
Please enter your name here